କୋଭିଡ ଟିକା ନେବା ପରେ ବୃଦ୍ଧା ଗୁରୁତର!

ବଲାଙ୍ଗୀର : କୋଭିଡ ଟିକା ନେଇ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ତୁଷୁରା ଏନ୍ଏସି ବାସିନ୍ଦା ୮୦ ବର୍ଷୀୟା ଭଗବତୀ ଶର୍ମା ଗତ ୯ ତାରିଖ ଗୁଡ଼ଭେଲା ଡାକ୍ତରଖାନାରେ ଟିକା ନେଇଥିଲେ। ଏହା ପରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ଶରୀରରେ ଅକ୍ସିଜେନ ସ୍ତର କମିଯିବାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଟିକା ନେବା ପରେ କ’ଣ ପାଇଁ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେଲା ତାହାର ତଦନ୍ତ କରିବା ପାଇଁ ପରିବାର ଲୋକ ଦାବି କରିଛନ୍ତି। ଡାକ୍ତରଖାନା ଅଧୀକ୍ଷକଙ୍କୁ ପଚରାଯିବାରୁ ଟିକା ପାଇଁ ନୁହଁ; ଆଗରୁ ଥିବା ଅନ୍ୟ ରୋଗ ପାଇଁ ଏପରି ହୋଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର