ରାଜ୍ୟରେ ଖୋଲିଲା ଠିପି ଖୋଲା ମଦ ଦୋକାନ

ଭୁବନେଶ୍ବର: ରାଜ୍ୟରେ ଠିପି ଖୋଲା ମଦ ଦୋକାନ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି । ଏଥିସହ ମଦ ଦୋକାନଗୁଡ଼ିକୁ ହୋମ ଡେଲିଭରିର ଅନୁମତି ମଧ୍ୟ ମିଳିଛି । ଏ ନେଇ ଅବକାରୀ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। କେବଳ ଦୋକାନ ନୁହେଁ, ରାଜ୍ୟ ସରକାର  ରେଷ୍ଟୁରାଣ୍ଟ, ହୋଟେଲ, ବିୟର ପାର୍ଲର, କ୍ଲବ୍‌ରେ ବସି ମଦ ପିଇବାକୁ ଅନୁମତି ମଧ୍ୟ ଦେଇଛନ୍ତି । ଫଳରେ ଦୀର୍ଘ ୯ମାସ ପରେ ଏହି ସୁବିଧା ଉପଲବ୍ଧ ହୋଇଛି।

କିନ୍ତୁ ଏଥି ପାଇଁ ଦୋକାନୀଙ୍କୁ କୋଭିଡ ନିୟମ ପାଳନ କରିବାକୁ ପଡିବ । କଣ୍ଟେନମେଣ୍ଟ ଜୋନ୍‌ ଭିତରେ ଥିବା ଦୋକାନୀଙ୍କୁ ଦୋକାନ ଖୋଲିବାକୁ ଅନୁମତି ମିଳିନାହିଁ । ଠିପି ଖୋଲା ମଦ ଦୋକାନ ଉପରେ ସ୍ଥାନୀୟ ପୁଲିସ୍‌ ଓ ଅପକାରୀ ବିଭାଗର କର୍ମଚାରୀ ନଜର ରଖିବେ । କୋଭିଡ୍  ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 

ସମ୍ବନ୍ଧିତ ଖବର