ପାଇପ୍‌ କାମ ପାଇଁ ବିପଦରେ ପଥଚାରୀ

ରଗଡ଼ି: କୋରେଇ ବ୍ଲକର ୨୦ ନମ୍ବର ଜାତୀୟ ରାଜପଥ ନୂଆଗଡ଼ ବାଇପାସ ନିକଟରୁ ଅନ୍ଧାରୀ ମଧ୍ୟରେ ବିଭିନ୍ନ ସ୍ଥାନରେ ଗ୍ୟାସ ପାଇପ ବିଛା କାମ ଜାରି ରହିଛି। ରାସ୍ତା ପାର୍ଶ୍ୱ ଖୋଳାଯିବା ସହ ଏଥିରେ ନିୟୋଜିତ ବହୁ ସଂଖ୍ୟାରେ ଗାଡ଼ି ରାସ୍ତା ଉପରେ ଛିଡ଼ାହୋଇ ରହୁଛି। ଏଥିରେ ନିୟୋଜିତ ଶ୍ରମିକମାନେ ମଧ୍ୟ ରାସ୍ତାରେ ଚଳପ୍ରଚଳ କରୁଛନ୍ତି।

ଗାଡ଼ି ଚକରେ କାଦୁଅ ଆସି ଯାତାୟାତରେ ସମସ୍ୟା ସୃଷ୍ଟି କରୁଛି। ପଥଚାରୀଙ୍କ ପାଇଁ ଏହି ସବୁ ସ୍ଥାନ ବିପଦସଙ୍କୁଳ ହୋଇପଡ଼ିଛି। ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର