ରାଇରଙ୍ଗପୁରରେ ଜେଏମ୍‌ଏମ୍‌ର ୨ ଜଣଙ୍କ ପ୍ରାର୍ଥିପତ୍ର ଦାଖଲ

ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ଚାମ୍ପାଇ ସୋରେନ୍ ଓ ପୁର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀଙ୍କ ରାଇରଙ୍ଗପୁର ଗସ୍ତ

ରାଇରଙ୍ଗପୁର: ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ମତଦାନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟାର ତୃତୀୟ ଦିନରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ତରଫରୁ ସାରସକଣା ନିର୍ବାଚନ ମଣ୍ଡଳୀ -ଏସଟି -୨୭ ପାଇଁ ଓଡ଼ିଶା ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଅଂଜନୀ ସୋରେନ ତାଙ୍କ ସମର୍ଥକଙ୍କ ସହ ଆସି ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ଯାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ନାମାଙ୍କନ କରିଛନ୍ତି। ତାଙ୍କ ସହିତ ତାଙ୍କ ଭାଉଜ ଯେ କି ଝାଡ଼ଖଣ୍ଡ ରାଜ୍ୟର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ମଧ୍ୟ ଉପସ୍ଥିତ ଥିଲେ। ସେହିଭଳି ରାଇରଙ୍ଗପୁର ନିର୍ବାଚନମଣ୍ଡଳୀ ଏସଟି-୨୮ ପାଇଁ ସୁନାରାମ ଟୁଡୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳୀୟ ପ୍ରାଥୀଙ୍କ ସପକ୍ଷରେ ଗୁରୁବାର ଝାଡ଼ଖଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀ ଚାମ୍ପାଇ ସୋରେନ ଏବଂ ପ୍ରାକ୍ତନ ଝାଡ଼ଖଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ହେଲିକପ୍ଟର ଯୋଗେ ରାଇରଙ୍ଗପୁର ମହୁଲଡିହା ଖେଳପଡିଆରେ ଅବତରଣ କରି ଏକ ସାଧାରଣ ନିର୍ବାଚନ ସଭାରେ ଯୋଗ ଦେଇଥିଲେ। ଦଳ ତରଫରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।
ମୁଖ୍ୟମନ୍ତ୍ରୀ ଚାମ୍ପାଇ ସୋରେନ କହିଥିଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଆଦିବାସୀ, ଦଳିତ, ପଛୁଆ ଖଟିଖିଆ, ମେହନତି, ଶ୍ରମିକ, କୃଷକ, ଯୁବ, ଛାତ୍ର, ଅସହାୟମାନଙ୍କ ଦଳ। ଜଳ, ଜଙ୍ଗଲ, ଜମି ଓ ମାନୁଷ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଏହି ଦଳ ଉଦ୍ଦିଷ୍ଟ। ଝାଡ଼ଖଣ୍ଡରେ ଝାଡ଼ଖଣ୍ଡ ସରକାର ବହୁ ଜନକଲ୍ୟାଣ ଯୋଜନା କରିଛନ୍ତି।୨୫ ବର୍ଷରେ ଓଡ଼ିଶାରେ ବହୁତ୍ ଦୁର୍ନୀତି ହୋଇଛି ଏଣୁ ଜେଏମଏମ ପ୍ରାଥିଙ୍କୁ ବିଜୟ କରି ଦୁର୍ନୀତି ମୁକ୍ତ ଜିଲ୍ଲା ଗଠନ କରାଯିବ ବୋଲି କହିଛନ୍ତି। ସେହିଭଳି କଳ୍ପନା ସୋରେନ କହିଥିଲେ ସମସ୍ତ ଆଦିବାସୀଙ୍କ ଉନ୍ନତି, ସଂସ୍କୃତି, କଳା, ଭାଷ୍କରକୁ ଉଜ୍ଜିଵତ। ଅଧିକ ଗବେଷଣା ପାଇଁ ସରକାର ଟ୍ରାଇବାଲ ୟୁନିଭରସିଟି ପ୍ରତିଷ୍ଠା କରିଛନ୍ତି। ସେଠାରେ ମଧ୍ୟ ଗବେଷଣା କରା ଯାଉଛି। କେନ୍ଦ୍ର ସରକାରଙ୍କ ଆଦିବାସୀ ଭାରତ ନୀତି, ସମ୍ବିଧାନ ଉପରେ କଠୋରାଘାତ କରୁଛନ୍ତି। ଗଣତନ୍ତ୍ର ପ୍ରତି ଯାହା ବିପଦ ଅଟେ। ଦରଦାମ ଅହେତୁକ ବୃଦ୍ଧି ଯୋଗୁଁ ଲୋକେ ଅତିଷ୍ଠ।
ସେହିଭଳି ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ଆଦିବାସୀ ବିକାଶର ପରିପନ୍ଥୀ। ତେଣୁ ସମ୍ବିଧାନ ସୁରକ୍ଷା, ଆଦିବାସୀ ଉନ୍ନତି ପାଇଁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ମୟୂରଭଞ୍ଜ ସାଂସଦ ଏବଂ ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥିନୀ ଅଂଜନୀ ସୋରେନ ଏବଂ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ସୁନାରାମ ଟୁଡୁଙ୍କୁ ଧନୁତୀର ଚିହ୍ନରେ ବିପୁଳ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ବିନମ୍ର ଅନୁରୋଧ କରିଥିଲେ। ଉକ୍ତ ସଭାରେ ଜେଏମଏମର ଝାଡ଼ଖଣ୍ଡର ସ୍ୱାସ୍ଥ୍ୟ ମନ୍ତ୍ରୀ ବନ୍ୟା ଗୁପ୍ତା, ରାଜ୍ୟ ସାଧାରଣ ସମ୍ପାଦକ ଦୁବରାଜ ନାଗ୍,ସାଂଗଠାନିକ ସମ୍ପାଦକ ଶାଲୁ କିସକୁ, ବବାନ ରାୟ, ଆଜମେରି ଖାନ୍, ସାହେବ୍ ମାରାଣ୍ଡି, ଜିଲ୍ଲା କାର୍ଯକାରୀ ସଭାପତି ସୁନିଲ ମାଝୀ, ଜିଲ୍ଲା ସଭାପତି ସନାତନ ମୁଣ୍ଡା, ଜିଲ୍ଲା ସମ୍ପାଦକ ଘନଶ୍ୟାମ ପୀଙ୍ଗୁଆ, ଜିଲ୍ଲା ଉପ ସଭାପତି ଯଶବନ୍ତ ବାରିକ, ମହେନ୍ଦ୍ର ନାଥ ମୁର୍ମୁ, ଭୁବନ ଟୁଡୁ,ଉପଦେଷ୍ଟ ସନ୍ତୋଷ ମୁର୍ମୁ, ଯୁବ ସଭାପତି ମଧୁସୂଦନ ସାହୁ, ଯୁବ ସମ୍ପାଦକ ବିଶ୍ଵନାଥ ମହାନ୍ତ, ଏମଡି ସାନୱାର୍, ଏସ କେ ସାଦୀମନ୍, ଏସ୍‌କେ ଜିକ୍ରାନ୍ତ, ଧୀରେନ୍ ମାରାଣ୍ଡି, ଏସ କେ ଯାହିଦ୍‌ଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।
ସମ୍ବନ୍ଧିତ ଖବର