ଅଗଷ୍ଟ ୮ରୁ ଯୁକ୍ତ୩ ପ୍ରଥମ ବର୍ଷ ପାଠପଢ଼ା

ଭୁବନେଶ୍ବର : ରାଜ୍ୟରେ ଥିବା ଯୁକ୍ତ୩ କଲେଜଗୁଡ଼ିକର ପ୍ରଥମ ବର୍ଷ ପାଠପଢ଼ା ଅଗଷ୍ଟ ୮ରୁ ଆରମ୍ଭ ହେବ। ପୂର୍ବରୁ ଅଗଷ୍ଟ ୨୪ରୁ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା। ତେବେ ଯୁକ୍ତ୩ ପାଠ୍ୟକ୍ରମରେ ସେମିଷ୍ଟର ପରୀକ୍ଷା ଓ ଚଏସ୍‌ ବେସଡ୍‌ କ୍ରେଡିଟ୍‌ ସିଷ୍ଟମ(ସିବିସିଏସ୍‌) ଲାଗୁ ହୋଇଛି। ତେଣୁ ପାଠପଢ଼ା ବିଳମ୍ବ ହେଲେ ନିର୍ଦ୍ଧାରିତ ସମୟରେ ସିଲାବସ୍‌ ସରିବ ନାହିଁ। ‌ତାହାକୁ ଦୃଷ୍ଟିରେ ରଖି ଅଗଷ୍ଟ ୮ରୁ ପାଠପଢ଼ା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଗୁଆ ପାଠପଢ଼ା ହେଉଥିଲେ ମଧ୍ୟ ନାମଲେଖା ପ୍ରକ୍ରିୟାରେ କୌଣସି ପ୍ରକାର ପରିବର୍ତନ ହେବ ନାହିଁ। ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଅଗଷ୍ଟ ୨୪ରୁ ଡ୍ରେସ୍‌କୋଡ୍‌ ଲାଗୁ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଡିଗ୍ରି, ‌ସ୍ବୟଂଶାସିତ ସେଲ୍ଫ ଫାଇନାନ୍ସିଂ ଡିଗ୍ରି କଲେଜଗୁଡ଼ିକୁ କୁହାଯାଇଛି।

ସମ୍ବନ୍ଧିତ ଖବର