କଟକରେ ଖୋଲିଲା ଅରୁନ୍ଧତୀ ଜୁଏଲର୍ସ: ଯୋଗଦେଲେ ରବିନା ଟଣ୍ଡନ

କଟକ: କଟକରେ ଅରୁନ୍ଧତୀ ଜୁଏଲର୍ସର ଅଷ୍ଟମ ଶାଖା ଖୋଲିଛି। ଓଡ଼ିଶାର ଅନ୍ୟତମ ବୃହତ ଜୁଏଲାରୀ ବ୍ରାଣ୍ଡ ଅରୁନ୍ଧତୀ ଜୁଏଲର୍ସ ତରଫରୁ କ୍ୟାଣ୍ଟନମେଣ୍ଟ ରୋଡ ନିକଟରେ ଖୋଲିଥିବା ଏହି ଶାଖାକୁ ଅରୁନ୍ଧତୀ ଗ୍ରୁପ୍‌ର ଗୌରାଙ୍ଗ ମେହେର, ଲକ୍ଷ୍ମୀ ମେହେର ଓ ବଲିଉଡ଼ ଅଭିନେତ୍ରୀ ରବିନା ଟଣ୍ଡନ ଉଦଘାଟନ କରିଛନ୍ତି। ଅତ୍ୟାଧୁନିକ ୭ ହଜାର ବର୍ଗଫୁଟ ପରିମିତ ଫ୍ଲାଗସିପ୍ ଗହଣା ସୋ’ରୁମର ଉଦଘାଟନ ଅବସରରେ ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ଓ ପ୍ରତିଷ୍ଠାତା ବ୍ରହ୍ମାନନ୍ଦ ମେହେର କହିଛନ୍ତି ଯେ ଦୀର୍ଘ ୨୪ବର୍ଷ ହେବ ଗ୍ରାହକଙ୍କର ସ୍ନେହ, ଶ୍ରଦ୍ଧା, ଆଶୀର୍ବାଦ ଓ ଅରୁନ୍ଧତୀ ଉପରେ ଥିବା ବିଶ୍ବାସକୁ ପାଥେୟ କରି ଅରୁନ୍ଧତୀ ଆଜି ସାରା ଓଡିଶାର ଏକ ପ୍ରତିଷ୍ଠିତ ସୁନା ଓ ହୀରା ଗହଣା ବ୍ରାଣ୍ଡ ଭାବରେ ମାନ୍ୟତା ପାଇଛି।

ଏଥିରେ ୧୦ ହଜାରରୁ ଅଧିକ ଅତ୍ୟାଧୁନିକ ଡିଜାଇନ୍ ଓ ସଂପୂର୍ଣ ହଲ୍‌ମାର୍କ ଶୁଦ୍ଧତାଯୁକ୍ତ ସୁନା ଗହଣା, ହୀରା ଗହଣା, ସତନ୍ତ୍ର ଭାବେ ପ୍ରସ୍ତୁତ ରୁପା ଗହଣା ଓ କଳାକୃତି ସହ ପ୍ରିମିୟମ ହାଣ୍ଡଲୁମ ସିଲ୍କ ଶାଢିର ସମ୍ଭାର ରହିଛି। ଅରୁନ୍ଧତୀ ଜୁଏଲର୍ସ ତରଫରୁ ରାଜ୍ୟର ସର୍ବ ପ୍ରଥମ ଗହଣା ବ୍ରାଣ୍ଡ ଭାବରେ ଗ୍ରାହକ ପଞ୍ଚ ତାରକା ସେବା ପାଇପାରିବେ। ଉଦ୍‌ଘାଟନୀ ଅଫର ସହ ଅକ୍ଷୟ ତୃତୀୟା ଅଫର ଘୋଷଣା କରାଯାଇଛି। ଏହି ଅଫର ମାଧ୍ୟମରେ ଏଚୟୁଆଇଡି ହଲମାର୍କ ସୁନା ଗହଣାର ପ୍ରତି ଗ୍ରାମ ଗଢା ମଜୁରୀ ପିଛା ଫ୍ଲାଟ ୭୯୯ ଟଙ୍କା ରହିଥିବା ବେଳେ ପ୍ରତ୍ୟେକ କ୍ରୟ ଉପରେ ମାଗଣା ସ୍ବର୍ଣ ଓ ରୌପ୍ୟ ମୁଦ୍ରା ସହ ଆକର୍ଷଣୀୟ ଉପହାର, ୩୫ ଜଣ ଲକ୍ଷପତି ହେବାର ସୁଯୋଗ ସହ ଯେକୌଣସି ପୁରୁଣା ହଲମାର୍କ ଗହଣା ଉପରେ ଶହେ ପ୍ରତିଶତ ଏକ୍ସଚେଞ୍ଜ ମୂଲ୍ୟ ଦିଆଯିବ।

ସମ୍ବନ୍ଧିତ ଖବର