ଘର ଉପରେ ପଡ଼ିଲା ଗଛ, ଅଳ୍ପକେ ବର୍ତିଲେ ଗୋଟିଏ ପରିବାର

ଜୟପୁର: ବର୍ଷା ଓ ପବନରେ ଗଛ ଭାଙ୍ଗି ପଡ଼ିଯିବାରୁ ଗୋଟିଏ ଘର ଭାଙ୍ଗି ଯାଇଛି। ସୌଭାଗ୍ୟବଶତଃ ଘର ଭିତରେ ଥିବା ପରିବାର ଲୋକ ଅଳ୍ପକେ ବର୍ତି ଯାଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ମାଟିଖାଲ ଗ୍ରାମରେ। ସୂଚନା ଅନୁଯାୟୀ, ଗତ କିଛି ଦିନ ହେଲା ଲମତାପୁଟ ଅଞ୍ଚଳରେ ଝିପିଝିପି ବର୍ଷା ଲାଗି ରହିଛି। ଗତକାଲି ମଧ୍ୟ ରାତିରେ ଚିକେନପୁଟ ପଞ୍ଚାୟତ ମାଟିଖାଲ ଗ୍ରାମରେ ପବନ ସହ ବର୍ଷା ହୋଇଥିଲା। ପ୍ରବଳ ପବନରେ ମାଟିଖାଲ ଗାମର ରଘୁନାଥ ମାଳିଙ୍କ ଘର ନିକଟରେ ଥିବା ଏକ ଗଛ ଭାଙ୍ଗି ଯାଇ ତାଙ୍କ ଘର ଉପରେ ପଡ଼ିଥିଲା। ଏହି ସମୟରେ ଘର ଭିତରେ ଶୋଇଥିବା ରଘୁନାଥ ଓ ପରିବାର ଲୋକ ଗଛ ପଡ଼ିବା ଶବ୍ଦ ଶୁଣି ବାହାରକୁ ବାହାରିଥିଲେ। ଗଛ ପଡ଼ି ଘର ଭାଙ୍ଗି ଯାଇଥିବା ବେଳେ ରଘୁନାଥଙ୍କ ପରିବାର ଲୋକ ଅଳ୍ପକେ ବର୍ତି ଯାଇଥିଲେ। ଏନେଇ ରଘୁନାଥ ସ୍ଥାନୀୟ ସରପଞ୍ଚ ଓ ଲମତାପୁଟ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର