ପୋକ ଦାଉରୁ ଖରିଫ ଫସଲକୁ ରକ୍ଷା କରିବା ପାଇଁ ୨୨ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ କୃଷି ସଚିବ

ଭୁବନେଶ୍ୱର: ଖରିଫ ଫସରରେ ରୋଗ ପୋକ ଲାଗି ଫସଲ ନଷ୍ଟ କରୁଥିବା ଓ ଏ ନେଇ ଚାଷୀ ଧାନ କ୍ଷେତରେ ନିଆଁ ଲଗାଇଦେବା ସହିତ ଆତ୍ମହତ୍ୟା କରିବା ପରି ଘଟଣା ଘଟିବା ପରେ କୃଷିବିଭାଗ ତତ୍ପର ହୋଇ ଉଠିଛି। ବର୍ତ୍ତମାନ ସୁଦ୍ଧା ଫସଲ ଅମଳ ହୋଇ ନ ଥିବା େଓ ରୋଗପୋକ ଦ୍ୱାରା ଫସଲ ହାନୀ ହେବାର ଆଶଙ୍କା ଥିବା ରାଜ୍ୟର ୨୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି କୃଷି ସଚିବ ଡ. ସୌରଭ ଗର୍ଗ ତୁରନ୍ତ ସଚେତନତା କାର୍ଯ୍ୟକ୍ରମଆରମ୍ଭ କରିବା ସହିତ ଫସଲ ନଷ୍ଟ ଯେପରି ନ ହୁଏ ସେଥିପ୍ରତି ନଜର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।


ଗତକାଲି କୃଷି ସଚିବ ଡ.ସୌରଭ ଗର୍ଗ ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ,କଟକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଯାଜପୁର, ଝାରସୁଗୁଡ଼ା,ଜଗତସିଂହପୁର,କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା,ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର,ନୟାଗଡ଼, କନ୍ଧମାଳ, ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ପୋକ ଦାଉରୁ ଅମଳ ହୋଇ ନ ଥିବା ଫସଲ ବଞ୍ଚାଇବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଖବରକାଗଜ/ରେଡିଓ ବିଜ୍ଞାପନ ଦେବା, ଲିଫ୍‌ଲେଟ୍‌ ବାଣ୍ଟିବା, ଜିଲ୍ଲା ଓ ବ୍ଲକ୍‌ସ୍ତରରେ ନୋଡାଲ ଅଫିସର ନିଯୁକ୍ତି ଦେଇ ଚାଷୀମାନଙ୍କ ପାଖରେ ଯେପରି ଠିକ୍‌ କୀଟନାଶକ ପହଞ୍ଚିପାରିବ ତାହା ସୁନିଶ୍ଚିତ କରିବା, ନକଲି କୀଟନାଶକ ବିକ୍ରି କରୁଥିବା ଦୋକାନ/ ସଂସ୍ଥା ଉପରେ ଚଢ଼ାଉ କରିବା ସହିତ ଆଗାମୀ ରବି ଫସଲ ପାଇଁ ଚାଷୀମାନଙ୍କୁ ଉତ୍ସାହିତ କରିବାକୁ କୃଷି ସଚିବ ଡା. ଗର୍ଗ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର