୨୦୨୦ରେ ପୁରୀ ରଥଯାତ୍ରା ଆୟୋଜନକୁ ସୁପ୍ରିମକୋର୍ଟ ଅନୁମତି ଦେବାର ଆଜି ପୂରଣ ହେଲା ବର୍ଷେ

କରୋନା କାଳରେ କଟକଣା ମଧ୍ୟରେ ପୁରୀରେ ରଥଯାତ୍ରାର ଆୟୋଜନ ଏବେବି ବିରଳ ଦୃଷ୍ଟାନ୍ତ ସାଜିଛି

ନୂଆଦିଲ୍ଲୀ: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ସୁପ୍ରିମକୋର୍ଟ ଅନୁମତି ଦେବାର ଆଜି ବର୍ଷେ ପୂରଣ ହୋଇଛି। ଗତବର୍ଷ ପୁରୀ ରଥଯାତ୍ରାର ଦିନକ ପୁର୍ବରୁ ୧୧ଟି ସର୍ତ୍ତ ସହ ସୁପ୍ରିମକୋର୍ଟ ରଥଯାତ୍ରା ପାଇଁ ଅନୁମତି ଦେଇଥିଲେ, ଯାହା ଏବେବି କରୋନାର ପ୍ରକୋପ ମଧ୍ୟରେ ବିରଳ ଦୂଷ୍ଟାନ୍ତ ସାଜିଛି। ପୁରୀରେ ରଥଯାତ୍ରାର ଅନୁମତି ଦେବାର ଗ୍ରାଉଣ୍ଡକୁ ଭିତ୍ତି କରି ଗତ ବର୍ଷ ଆଉ କିଛି ଧର୍ମାନୁଷ୍ଠାନ ଦ୍ୱାରା କରୋନା କାଳରେ ପର୍ବପର୍ବାଣି ପାଳନ କରିବାର ଅନୁମତି ଲୋଡାଯାଇଥିଲା।

ଗୁରୁତ୍ବପୁର୍ଣ୍ଣ କଥା ହେଉଛି ସୁପ୍ରିମକୋର୍ଟ ଓଡ଼ିଶାର ପୁରୀରେ ଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦେବା ପରେ ମହାରାଷ୍ଟ୍ରରେ ଗଣେଷ ପୂଜା ଲାଗି ଅନୁମତି ଦେବା ପାଇଁ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରାଯାଇଥିଲା। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି ଏସ.ଏ.ବୋବଡେ ମହାରାଷ୍ଟ୍ରରେ ଗଣେଷ ଉତ୍ସବ ପାଳନ ଲାଗି ଅନୁମତି ଦେବାଲାଗି ମନା କରିଦେଇଥିଲେ | କିନ୍ତୁ ମୁମ୍ବାଇର ତିନିଟି ଜୈନ ମନ୍ଦିରରେ କୋଭିଡ ଗାଇଡଲାଇନ ଅନୁଯାୟୀ ଦୁଇ ଦିନ ପାଇଁ ପ୍ରାର୍ଥନା କରିବାର ଅନୁମତି ଦେଇଥିଲୋ। ଅନୁମତି ଦେବା ସମୟରେ ସୁପ୍ରିମକୋର୍ଟ ପୁରୀରେ ଅନୁଷ୍ଠିତ ରଥଯାତ୍ରାର ଉଦାହରଣ ଦେଇ ପୁରୀରେ କୋଭିଡ ନିୟମ ପାଳନ କରି ଯେପରି ସଫଳତାର ସହ ରଥଯାତ୍ରା ପାଳନ କରାଗଲା ତାହା ପ୍ରଶଂସନୀୟ ବୋଲି କୋର୍ଟ କହିଥିଲୋ।

କୋର୍ଟ ପୁଣି କହିଥିଲେ ଯେ, ସାମାଜିକ ଦୂରତ୍ବ ରକ୍ଷା କରି ଉତ୍ସବ ପାଳନ କରାଯିବା ଉଚିତା | ରଥଯାତ୍ରା ପାଇଁ ଅନୁମତି ଦେବା ଆମ ପାଇଁ କଠିନ ନିଷ୍ପତ୍ତି ଥିଲା । ତେବେ ଆମର ବିଶ୍ବାସ ଥିଲା ଯେ, ସାମାଜିକ ଦୁରତ୍ବ ସହିତ ରଥଟଣା ହେଲେ କୌଣସି କ୍ଷତି ହେବ ନାହିଁ। ପ୍ରଭୁ ଜଗନ୍ନାଥ ଆମକୁ କ୍ଷମା ଦେଇଛନ୍ତି, ଆପଣଙ୍କ ଭଗବାନ ମଧ୍ୟ ଆମକୁ କ୍ଷମା ଦେବେ ବୋଲି ତତ୍କାଳିନ ପ୍ରଧାନ ବିଚାରପତି ଏସ.ଏ.ବୋବଡେ କହିଥିଲେ।

images of the iconic Puri Jagannath Rath Yatra from 2020 and 2019 – without the lakhs of devotees | BusinessInsider India
Business Insider India

ସେହିଭଳି ସୁପ୍ରିମକୋର୍ଟରେ ଅମରନାଥ ଯାତ୍ରାର ପାଳନ ନେଇ ଅନୁମତି ପାଇଁ ମଧ୍ୟ ଏକ ଆବେଦନ ଦାଖଲ କରାଯାଇଥିଲା।ହେଲେ ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିଦେଇଥିଲୋ । ଆବେଦନକାରୀଙ୍କ ପକ୍ଷରୁ ପୁରୀରେ ରଥଯାତ୍ରା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ଦେଇଥିବାରୁ ଅମରନାଥ ଯାତ୍ରା ପାଇଁ ମଧ୍ୟ ଅନୁମତି ଦିଆଯାଉ ବୋଲି ଦୃଢ ଯୁକ୍ତି ଉପସ୍ଥାପନ କରାଗଲା। କୋର୍ଟ ଆବେଦନକାରୀଙ୍କ ଯୁକ୍ତିକୁ ଗ୍ରହଣ କରିନଥିଲେ ଏବଂ କହିଥିଲେ ବିଭିନ୍ନ ସର୍ତ୍ତ ସହିତ ପୁରୀରେ ରଥଯାତ୍ରାର ଅନୁମତି ଦିଆଯାଇଥିଲା। ଅତଏବ ଏବେବି ସୁପ୍ରିମକୋର୍ଟ ଜୁନ ୨୨,୨୦୨୦ର ୧୧ ପୃଷ୍ଠାର ଏ୍ୟୖତିହାସିକ ଆଦେଶ କରୋନା କାଳରେ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରିବା ସଂଦର୍ଭରେ ଏକ ନଜିର ହୋଇ ରହିଛି।

ଉଲ୍ଲେଖଯୋଗ୍ୟ, ଗତବର୍ଷ କରୋନ ଯୋଗୁଁ ରଥଯାତ୍ରାର ଆୟୋଜନ ନେଇ ଅନିଶ୍ଚିତତା ଦେଖାଦେଇଥିଲା | ପ୍ରଥମେ କେନ୍ଦ୍ର ସରକାର ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜ୍ୟ ସରକାରଙ୍କ କୋର୍ଟକୁ ଫିଙ୍ଗିଦେଇଥଲେ। ରାଜ୍ୟ ସରକାର ନିଷ୍ପତ୍ତି ନେବାର ବିଳମ୍ବ ହେବାରୁ ସୁପ୍ରିମକୋର୍ଟରେ ଏକଧିକ ଆବେଦନ କରାଯାଇଥିଲା। ଜୁନ ୧୮,୨୦୨୦ରେ ତତ୍କାଳୀନ ପ୍ରଧାନ ବିଚାରପତି ଏସ.ଏ.ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ କରୋନା ସଂକ୍ରମଣକୁ ନଜରରେ ରଖି ବୃହତ୍ତ ସ୍ବାର୍ଥ ଦୃଷ୍ଟିରୁ ରଥଯାତ୍ରା ଆୟୋଜନ ଉପରେ ରୋକ ଲଗାଇଦେଇଥିଲେ। କୋର୍ଟଙ୍କ ରୋକ ଆଦେଶକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଥିଲା । ଏହାପରେ ରାୟର ପୁନଃ ବିଚାରପାଇଁ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ଦ୍ବାରା ମୋଡିଫିକେଶନ ପିଟିସନ ଦାଖଲ କରାଗଲା।

ସୁପ୍ରିମକୋର୍ଟର ତତକାଳିନ ପ୍ରଧାନ ବିଚାରପତି ଏସ.ଏ.ବୋବଡଙ୍କୁ ନେଇ ଗଠିତ ଅବକାଶକାଳୀନ ବେଂଚ ମୋଡିଫିକେଶନ ଆବେଦନଗୁଡିକର ଦୁଇ ଘଣ୍ଟାଧରି ବିସ୍ତୃତ ଶୁଣାଣି କରିବା ପରେ ୧୧ଟି ସର୍ତ୍ତ ସହ କେବଳ ପୁରୀରେ ରଥଯାତ୍ରା କରିବା ପାଇଁ ଅନୁମତି ଦେଇଥିଲେ। ଏହି ଆଦେଶ ଏବେବି ବଳବତ୍ତର ରହିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ଆଦେଶକୁ ଭିତ୍ତି କରି ଆସନ୍ତା ମାସରେ ହେବାକୁ ଥିବା ପୁରୀର ରଥଯାତ୍ରା ପାଇଁ ଏକାଧିକ ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର