ଦୁର୍ଦ୍ଦିନରେ ରୋଗୀଣା ପ୍ରବାସୀ: ମିଳୁନି କ୍ୱାରେଣ୍ଟିଂନ ସେଣ୍ଟର, ଗାଁ ମୁଣ୍ଡରେ ଅସହାୟ ଅବସ୍ଥାରେ କାଟୁଛନ୍ତି ଜୀବନ

ରାଜ୍ୟ ସରକାରଙ୍କ ପ୍ରବାସୀଙ୍କୁ, ସହାୟତା ନେଇ ପ୍ରଶ୍ନବାଚୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଖଇରଭାଡ଼ି ଗ୍ରାମରେ ଜଣେ ରୋଗୀଣା ପ୍ରବାସୀଙ୍କୁ ସଙ୍ଗରୋଧ କେନ୍ଦ୍ର ନମିଳିବାରୁ ଗଛ ତଳେ ସଙ୍ଗରୋଧରେ ରହିବା ଘଟଣା । ସରକାରଙ୍କ ସ୍ଵଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେବା ଘଟଣା ସାଧାରଣରେ ଆଲୋଡନର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ସଦର ବ୍ଲକର ଦେପୁର ପଞ୍ଚାୟତ ଅନ୍ତର୍ଗତ ଖଇରଭାଡ଼ି ଗ୍ରାମର ଜଣେ ପ୍ରବାସୀ ନିଜ ପରିବାର ପ୍ରତି ପୋଷଣ ପାଇଁ ନିଜ ଭିଟାମାଟି ଛାଡି ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଇଥିଲା । ଦୁର୍ଭାଗ୍ୟ ବଶତଃ ଶ୍ରମିକ ସେଠାରେ ଦୁର୍ଘଟଣା ହୋଇଥିଲା । ସେଠାରେ କୋମା ଅବସ୍ଥାରେ ଦୀର୍ଘଦିନ ପଡି ରହିବା ମଧ୍ୟରେ କରୋନା ମହାମାରୀର ଲକଡାଉନ ହୋଇ ଯାଇଥିଲା ।

ଏହାପରେ ଦୁଃଖ ଦ୍ବିଗୁଣିତ ହୋଇ ଯାଇଥିଲା । ପରିବାର ଲୋକେ ଜାଣିବା ପରେ ଜମିବାଡ଼ି ଯାହାଥିଲା ବନ୍ଧା ବିକ୍ରି କରି କଷ୍ଟେ ମଷ୍ଟେ ତାଙ୍କୁ ନିଜ ଗାଁକୁ ଆଣିଥିଲେ । ହେଲେ ଗାଁକୁ ଆସିବା ପରେ ବି ଦୁଃଖ ସରୁନାହିଁ । ସରକାରଙ୍କ କ୍ୱାରେଣ୍ଟିଂନ ସେଣ୍ଟରରେ ବି ମିଳୁନି ସ୍ଥାନ । କିନ୍ତୁ ତାଙ୍କୁ ନିଜ ଗାଁ ଭବାନୀପାଟଣା ବ୍ଲକ ର ଦେପୁର ପଞ୍ଚାୟତ ଅନ୍ତର୍ଗତ ଖଇରଭାଡି ହୋଇଥିବା ବେଳେ ତାଙ୍କୁ ଦେପୁର ଠାରେ ଓଲ୍ହାଇ ଦିଆ ଯାଇଥିଲା । ଗଛ ତଳେ ଦୀର୍ଘ ସମୟ ପଡି ରହିବା ପରେ ତାଙ୍କୁ କ୍ୱାରେଣ୍ଟିଂନ ସେଣ୍ଟରେ ନ ରଖି ତାଙ୍କୁ ତାଙ୍କ ନିଜ ଗାଁ କୁ ପଠାଇ ଦିଆଯାଇଥିଲା । ଗାଁ ରେ ବି କିଛି ଲୋକ ପ୍ରବାସୀ ଙ୍କୁ ଗାଁ ରେ ନ ରଖି କ୍ୱାରେଣ୍ଟିଂନ ରେ ରଖିବାକୁ କହିବା ପରେ ଶେଷରେ ତାଙ୍କ ଗାଁ ଖଇର ଭାଡ଼ି ବନ୍ଧ ମୁଣ୍ଡରେ ଅସ୍ଥାୟୀ ଗୋଟେ ପଲିଥିନ ତଳେ ରଖାଯାଇଛି । ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ବହୁ କଷ୍ଟରେ କାଳାତିପାତ କରୁଛନ୍ତି। ତୁରନ୍ତ ସରକାର ଏହି ଗରିବ ନିଃସହାୟ ଯୁବକକୁ ସହାୟତା ପ୍ରଦାନ କରିବା ପାଇଁ। ପରିବାରର ଲୋକେ ନିବେଦନ କରିଛନ୍ତି ।

ସମ୍ବନ୍ଧିତ ଖବର