କଂଗ୍ରେସ ହାତ ଧରିଲେ ରାଣୀ ଅପର୍ଣ୍ଣା

ଧର୍ମଶାଳା: ନିକଟରେ ବିଜେପି ଛାଡ଼ିଥିବା ଧର୍ମଶାଳା ବ୍ଲକ୍‌ ମଧୁପୁରଗଡ଼ ରାଣୀ ଅପର୍ଣ୍ଣା ଧୀର ସିଂ ଭରଦ୍ବାଜ ଆଜି କଂଗ୍ରେସ ହାତ ଧରିଛନ୍ତି। କଂଗ୍ରେସର କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଭୁବନେଶ୍ବରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଣୀ ଶ୍ରୀମତୀ ଧୀର ସିଂ କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ଦଳ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା।

ବିଜେପି କାର୍ଯ୍ୟ କଳାପରେ ଅସନ୍ତୁଷ୍ଟ ହୋଇ କିଛିଦିନ ପୂର୍ବେ ସେ ଦଳୀୟ ପଦପଦବି ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ବିଜେପିରୁ ଇସ୍ତଫା ଦେବା ପରେ ସେ କେଉଁ ଦଳରେ ସାମିଲ ହେବେ ଚର୍ଚ୍ଚା ଲାଗିରହିଥିଲା। କଂଗ୍ରେସର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଣୀ କଂଗ୍ରେସରେ ସାମିଲ ହୋଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର