୭ଟି ଜିଲ୍ଲାରେ ପ୍ରବଳ ବର୍ଷା, ଆସନ୍ତା ୧୯ରୁ ଲଘୁଚାପ, ୨୦ରୁ ସାରା ରାଜ୍ୟ ଭିଜିବ

ଭୁବନେଶ୍ୱର: ଆଗାମୀ ୨୪ଘଣ୍ଟା ମଧ୍ୟରେ ୭ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଶୁକ୍ରବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଢ଼େଙ୍କାନାଳ ଆଦି ଜିଲ୍ଲା ରହିଛି। ସେହିପରି ଆସନ୍ତା ୧୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ଫଳରେ ଏହାର ପ୍ରଭାବରେ ୧୯ ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ଶୁକ୍ରବାର ପୂର୍ବାନୁମାନ କରିଛି।

ଗତକାଲି କଟକ, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ଗଞ୍ଜାମ, ସୁନ୍ଦରଗଡ଼,ଢ଼େଙ୍କାନାଳ, ମୟୁରଭଞ୍ଜ, ଭଦ୍ରକ, ସୋନପୁର, କନ୍ଧମାଳ, କୋରାପୁଟ, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ଯାଜପୁର, ଦେଓଗଡ଼ ଆଦି ସ୍ଥାନରେ ବର୍ଷା ହୋଇଥିଲା। ସେହିପରି ଗତକାଲି ଚାନ୍ଦବାଲିରେ ୩୩.୭ଡିଗ୍ରି ସେଲସିୟସ୍‌ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ହୀରାକୁଦରେ ୨୦.୨ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇଥିଲା।

ସମ୍ବନ୍ଧିତ ଖବର