ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ସମ୍ବଲପୁର: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଛି। ସମ୍ବଲପୁର ପୋକ୍‌ସୋ ଫାଷ୍ଟଟ୍ରାକ୍‌ ସ୍ବତନ୍ତ୍ର କୋର୍ଟରେ ଶନିବାର ଅଭିଯୁକ୍ତ ସ୍ଵାଧୀନ ମାଝୀ(୩୦) ବିରୋଧରେ ଏହି ଶୁଣାଣି କରାଯାଇଛି।

ବୁର୍ଲା ଥାନା ଅଞ୍ଚଳର ନାବାଳିକା(୧୭) ଜଣକ ୨୦୧୯ ମସିହା ଜୁଲାଇ ୨୭ ତାରିଖ ଦିନ ଶୌଚ ହେବା ପାଇଁ କେନାଲ୍‌କୁ ଯାଇଥିଲେ। ସେଠାରେ ଏକା ପାଇ ସ୍ବାଧୀନ ତାଙ୍କୁ ଦୁଷ୍କର୍ମ କରିଥିଲା। ନାବାଳିକା ଜଣକ ଏ ନେଇ ତାଙ୍କ ବଡ଼ଭଉଣୀଙ୍କୁ ଜଣାଇବା ପରେ ୨୦୧୯ ଜୁଲାଇ ୨୮ ତାରିଖରେ ସେ ଲିଖିତ ଅଭିଯୋଗ କରିଥିଲେ। ବୁର୍ଲା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ପୁଲିସ ସ୍ବାଧୀନକୁ  ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ମାମଲାର ଶୁଣାଣି ଶନିବାର ହୋଇଥିଲା। ସରକାରୀ ଓକିଲ ସନ୍ତୋଷ ପଣ୍ଡା ଓ ବସନ୍ତ କୁମାର ମିଶ୍ର ମାମଲା ପରିଚାଳନା କରିଥିଲେ। ସ୍ବତନ୍ତ୍ର କୋର୍ଟର ବିଚାରପତି ପ୍ରଶାନ୍ତ କୁମାର ଦାସ ୧୨ ଜଣ ସାକ୍ଷୀଙ୍କ ବାୟନ ରେକର୍ଡ ପରେ ସ୍ବାଧୀନକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଥିଲେ। ତା ସହିତ ୫୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ଆଉ ଏକ ବର୍ଷ ଜେଲ୍‌ ଦଣ୍ଡ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର