ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଜଣ ଅସୁସ୍ଥ   

ସମ୍ବଲପୁର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଜଣ ଅସୁସ୍ଥ ହୋଇଛନ୍ତି। ମନ୍ଦଲିଆର ଗୋବର୍ଦ୍ଧନ ଦାସ ଆଜି ସକାଳେ ପାଥ ପଡ଼ିଆରୁ କିଛି ଛତୁ ଆଣିଥିଲେ। ତାକୁ ରାନ୍ଧି ପୂରା ପରିବାର ମଧ୍ୟାହ୍ନରେ ଖାଇଥିଲେ। ଛତୁ ଖାଇବା ପରେ ପ୍ରଥମେ ଗୋବର୍ଦ୍ଧନଙ୍କ ଦେହ ଅସୁସ୍ଥ ହୋଇଥିଲା।

ତାପରେ ଧୀରେ ଧୀରେ ତାଙ୍କ ପତ୍ନୀ ବିଶାଖା, ବଡ଼ ପୁଅ ବିଶାଲ, ବଡ଼ ବୋହୂ ଛାୟା ଏବଂ ସାନ ପୁଅ ଅସୁସ୍ଥ ହୋଇଥିଲେ। ତାପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା। ସେଠାରେ ଥିବା ସଂକ୍ରମଣ ଵାର୍ଡରେ ସେମାନଙ୍କର ଚିକିତ୍ସା ଚାଲିଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କହାଯାଇଛି।

ସମ୍ବନ୍ଧିତ ଖବର