ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ !

ସମ୍ବଲପୁର: ଟ୍ୟୁସନ୍‌ରୁ ଘରକୁ ଫେରୁଥିବା ସପ୍ତମ ଶ୍ରେଣୀର ଜ‌ଣେ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଘଟଣା ଗତ ଅକ୍ଟୋବର ମାସର ହୋଇଥିବା ବେଳେ ଏବେ ମହିଳା ଥାନାରେ ଏନେଇ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଘର ସୁନାପାଲି ଅଂଚଳରେ ହୋଇଥିବା କହାଯାଉଛି। ପୀଡ଼ିତା ଟ୍ୟୁସନରୁ ଘରକୁ ଫେରୁଥିବା ବେଳେ ଜଣେ ଯୁବକ ତାଙ୍କୁ ବାଟରୁ ଅପହରଣ କରିନେଇ ଦୁଷ୍କର୍ମ କରିଥିଲା।

ସଂପୃକ୍ତ ଯୁବକଙ୍କ ଧମକ ଯୋଗୁ ଭୟଭୀତ ଅବସ୍ଥାରେ ଥିବା ପୀଡ଼ିତା ପରିବାର ‌ଲୋକଙ୍କୁ ବି ଏକଥା କହିନଥିଲେ। ନିକଟରେ ପୀଡ଼ିତା ପରିବାର ଲୋକଙ୍କୁ ଘଟଣା ସଂକ୍ରାନ୍ତରେ କହିବା ପରେ ଥାନାରେ ଅଭିଯୋଗ କରାଯାଇଥିଲା। ଏବେ ଯୁବକ ଜଣକ ଫେରାର ଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର