ଲୁଟେରାଙ୍କୁ ଧରିବାକୁ ଦାବି କରି ରସୁଲଗଡ଼ରେ ରାସ୍ତାରୋକ କଲେ ଲୋକ

ଭୁବନେଶ୍ୱର: ମଞ୍ଚେଶ୍ୱର ଅଞ୍ଚଳରେ ହୋଟେଲ ମାଲିକଙ୍କ ଠାରୁ ଲୁଟ୍ ଘଟଣାରେ ରସୁଲଗଡ଼ରେ ରାସ୍ତାରୋକ୍ କରିଛନ୍ତି ସ୍ଥାନୀୟ ଲୋକ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ଲୋକ ତାତିଥିବାବେଳେ ଭୁବନେଶ୍ୱର-କଟକ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଉତ୍ୟକ୍ତ ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବାବେଳେ ଘଟଣାସ୍ଥଳରେ ପୁଲିସ କମିଶନର ପହଂଚିଛନ୍ତି |

ମଙ୍ଗଳବାର ବିଳମ୍ୱିତ ରାତିରେ ରସୁଲଗଡ ଛକରେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟେରା ଲୁଟ କରିଥିଲେ । ରସୁଲଗଡ ଗାଁ ଛକରେ ଏପରି ଏକ ଲୁଟ୍ ଘଟିଥିଲା । ଆକ୍ରମଣରେ ଗୁରୁତର ହୋଇଥିବା ବ୍ୟବସାୟୀ ହେଉଛନ୍ତି ରସୁଲଗଡ ଛକରେ ଥିବା ତୃପ୍ତି ହୋଟେଲ ମାଲି ବୁଲୁ ସାମନ୍ତରାୟ । ତାଙ୍କ ମୁଣ୍ଡ ଓ ଶରୀରରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ରସୁଲଗଡ ଛକରେ ଗତକାଲି ରାତି ୧୨ଟାରେ ୪ ଜଣ ଯୁବକ ଦୁଇଟି ବାଇକରେ ପିଛା କରି ଆକ୍ରମଣ କରି ଲୁଟ୍ କରିଥିଲେ ।

ସମ୍ବନ୍ଧିତ ଖବର