ଆଇନ ଅଧିକାରୀଙ୍କର ପାରିଶ୍ରମିକ ବଢ଼ିଲା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଦାଲତରେ ମକଦ୍ଦମା ପରିଚାଳନା କରୁଥିବା ଅଣ-କ୍ୟାଡର୍‌ ଆଇନ ଅଧିକାରୀମାନଙ୍କୁ ଦୈନିକ ଓ ରିଟେନର୍‌ ଦେୟରେ ୫୦% ବୃଦ୍ଧି କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହା ଦ୍ୱାରା ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୧୨୧୫ ଜଣ ଆଇନ ଅଧିକାରୀ ଉପକୃତ ହେବେ। ଏହି ବର୍ଦ୍ଧିତ ଦେୟ ଅନୁଯାୟୀ କାର୍ଯ୍ୟରତ ୧୮୪ ଜଣ ଅତିରିକ୍ତ ସରକାରୀ ଓକିଲ ଓ ୮୫ ଜଣ ସ୍ବତନ୍ତ୍ର ସରକାରୀ ଓକିଲ ଦୈନିକ ଦେୟ ବାବଦରେ ୧,୨୫୦ ଟଙ୍କା ପାଉଥିଲା ବେଳେ ବର୍ତ୍ତମାନ ୧,୮୭୫ ଟଙ୍କା ପାଇବେ।

ସେହିଭଳି ରିଟେନର୍‌ ଦେୟ ପୂର୍ବରୁ ୮,୨୦୦ ଟଙ୍କା ପାଉଥିଲା ବେଳେ ବର୍ତ୍ତମାନ ୧୨,୩୦୦ ଟଙ୍କା ପାଇବେ। କାର୍ଯ୍ୟରତ ୭୪୦ ଜଣ ସହକାରୀ ସରକାରୀ ଓକିଲ ପୂର୍ବରୁ ଦୈନିକ ଦେୟ ବାବଦରେ ୧,୧୦୦ ଟଙ୍କା ପାଉଥିଲା ବେଳେ ବର୍ତ୍ତମାନ ୧,୬୫୦ ପାଇବେ। ରିଟେନର୍‌ ଦେୟ ବାବଦରେ ପୂର୍ବରୁ ୪,୦୦୦ ଟଙ୍କା ପାଉଥିଲା ବେଳେ ବର୍ତ୍ତମାନ ୬,୦୦୦ ଟଙ୍କା ପାଇବେ। ସେହିଭଳି କାର୍ଯ୍ୟରତ ୨୯ ଜଣ ସରକାରୀ ପ୍ଲିଡର୍‌ ଓ ୧୧୩ ଜଣ ସହାୟକ ସରକାରୀ ପ୍ଲିଡର୍‌ ପୂର୍ବରୁ ରିଟେନର୍‌ ଦେୟ ବାବଦରେ ୮,୨୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧୨,୩୦୦ ପାଇବେ।

ସମ୍ବନ୍ଧିତ ଖବର