ଶ୍ରମମନ୍ତ୍ରୀଙ୍କ କାର୍‌କୁ ଧକ୍କାଦେଲା ହାଇୱା; ବର୍ତ୍ତିଲେ ସାରଦା, ପିଏସ୍‌ଓ ଆହତ

ରାଉରକେଲା: ତରକେରା ଶିବମନ୍ଦିର ନିକଟ ୧୪୩ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଛିଡା ହୋଇଥିବା ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ନାୟକଙ୍କ ଇନୋଭା କାର୍‌କୁ ପଛରୁ ଏକ ହାଇୱା ଧକ୍କା ଦେଇଛି। ସୌଭାଗ୍ୟବଶତଃ ମନ୍ତ୍ରୀ ଶ୍ରୀ ନାୟକ ଗାଡ଼ିରୁ ଓହ୍ଲାଇ ମନ୍ଦିର ଦର୍ଶନ କରିବାକୁ ଯାଇଥିବାରୁ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ଗାଡ଼ିରେ ଥିବା‌ ମନ୍ତ୍ରୀଙ୍କ ପିଏସ୍‌ଓ ଆହତ ହୋଇଛନ୍ତି। ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ହାଇୱା ମନ୍ତ୍ରୀଙ୍କ ଗାଡ଼ିକୁ ଧକ୍କା ଦେବା ପରେ ଅନ୍ୟ ଏକ କାର୍‌ ସହ ରାସ୍ତା ପାର୍ଶ୍ବରେ ଠିଆ ହୋଇଥିବା ଦୁଇ ମହିଳାଙ୍କୁ ମଧ୍ୟ ଧକ୍କା ଦେଇଥିଲା। ମହିଳା ଦୁହେଁ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ରଘୁନାଥପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜବତ କରିଛି। ଡ୍ରାଇଭରକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର