ଉଷ୍ମ ହେଉଛି ରାଜ୍ୟ ରାଜନୀତି, ଭୋଟ ଫଳାଫଳ ନେଇ ଅବଗଣନା ଆରମ୍ଭ

କିଏ ଜିତିବ? ସବୁ ଦଳର ନେତାଙ୍କ ଛାତି ଧଡ୍ ଧଡ୍ଜା, ତୀୟ ସମୀକରଣରେ ଓଡ଼ିଶାର ଭୂମିକା ନେଇ ଚର୍ଚ୍ଚା

ଭୁବନେଶ୍ବର: ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ମାଡ଼ରେ ଉପକୂଳ ଓଡ଼ିଶାର ପୁରୀ ଓ ଭୁବନେଶ୍ବର ସାଂଘାତିକ କ୍ଷତି ସହିଛି। ଏଠାରେ େଲାେକ ଏବେ ବି ଜୀବନ-ଜୀବିକାକୁ େନଇ ସଂଘର୍ଷ ଜାରି ରଖିଛନ୍ତି। ବାତ୍ୟା ପରବର୍ତୀ ପୁନର୍ନିମାଣରେ ପ୍ରଶାସନ ବ୍ୟସ୍ତ। ତା ସତ୍ତ୍ବେ, ଆଉ ୧୦ ଦିନରେ ଅର୍ଥାତ୍ ଆସନ୍ତା ୨୩ ତାରିଖରେ ହେବାକୁ ଥିବା ଭୋଟଗଣତି ଓ ନିର୍ବାଚନ ଫଳାଫଳ େନଇ ଅବଗଣନା ଆରମ୍ଭ େହାଇଗଲାଣି। ଫଳାଫଳ କ’ଣ ହେବ, କାହା ସପକ୍ଷରେ ଜନମତ ଯାଇଛି, ସେନେଇ ବିଭିନ୍ନ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ମଧ୍ୟରେ ହିସାବ କିତାବ ଆରମ୍ଭ ହୋଇଛି।
ଯଦିଓ ଏକଜିଟ୍ େପାଲ ଫଳାଫଳ ପ୍ରକାଶ ଓ ପ୍ରସାରଣ ଉପରେ ନିେଷଧାେଦଶ ରହିଛି, ତଥାପି ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା କରିଥିବା ଆକଳନକୁ ନେଇ ଛକ, ବଜାରରେ ଚର୍ଚ୍ଚା ଜୋର ଧରିଛି। ସମାନ୍ତରାଳ ଭାବେ ବିେଜଡି, ବିଜେପି ଓ କଂଗ୍ରେସ ସମେତ ସବୁ ରାଜନୈତିକ ଦଳ ସେମାନଙ୍କ ହିସାବ ନିକାସରେ ଚୂଡାନ୍ତ ସ୍ପର୍ଶ ଦେଉଛନ୍ତି। କେଉଁ ଆସନରେ ଜିତିବେ, ସଂଖ୍ୟା କେତେ ହେବ, କେଉଁ ସବୁ ଆସନ ଉଣେଇଶ-ବିଶ ସ୍ଥିତିରେ ଅଛି, ଏେନଇ ଶୀର୍ଷସ୍ତରରେ ଅଙ୍କକଷା ଚାଲିଛି। କେବଳ ସେତିକି ନୁହେଁ, କେଉଁ େକଉଁ େନତା ଦଳ ବିରୋଧରେ କାର୍ଯ୍ୟ କରିଛନ୍ତି, ସେମାନଙ୍କ ତାଲିକା ବି ତିଆରି ଚାଲିଛି।

ବିେଜଡି ଉପରେ ବିେଜପି ଓ କେଂଗ୍ରସର ନଜର

ନିର୍ବାଚନ ପରେ କ୍ଲାନ୍ତି ମେଣ୍ଟାଇବା ଲାଗି ଅଧିକାଂଶ େନତା ରାଜ୍ୟ ବାହାରେ ପର୍ଯ୍ୟଟନରେ ଥିଲେ। ଅଳ୍ପକିଛି େନତାଙ୍କୁ ଛାଡିଦେଲେ ଅନ୍ୟମାେନ େଫରି ଆସିଲେଣି। ନିଜ ନିର୍ବାଚନମଣ୍ଡଳୀର ଛାମୁଆ କର୍ମୀଙ୍କୁ ଧରି ଆଉଥରେ ଗଣିତ କଷା ଆରମ୍ଭ କରିଛନ୍ତି। କେତେ େଭାଟରେ ସେମାନେ ଜିତିବେ ସେ େନଇ ସାନି ହିସାବ ଚଳାଇଛନ୍ତି। େଗାଟିଏ ଧାଡିରେ କହିଲେ, ନିର୍ବାଚନ ଫଳାଫଳ ପ୍ରକାଶ ତାରିଖ େଯତିକି ପାଖେଇ ଆସୁଛି, େନତାଙ୍କ ଛାତି ସେତିକି ଧଡ୍ ଧଡ୍ େହବାରେ ଲାଗିଲାଣି।

ଏହି ନିର୍ବାଚନ ତିନିଟି ସଙ୍କେତ ଦେଇଛି। ପଞ୍ଚମ ଥର କ୍ଷମତା ଦଖଲ ପାଇଁ ବିେଜଡିକୁ ଏତେ ଅଧିକ ପରିଶ୍ରମ କରିବାକୁ ପଡିଛି, ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ତାଙ୍କ ଟିମ ଗତ ୪ଟି ନିର୍ବାଚନରେ ସାମ୍ନା କରିନଥିଲେ। ସବୁଠାରୁ ଅଧିକ ବିେରାଧ ସାମ୍ନା କରିଛି ବିଜେଡି। ନିଜେ ମୁଖିଆ ଶେଷ ପର୍ଯ୍ୟାୟରେ ପ୍ରାୟ ୧୫୦ ସଭା ଓ ୧୦୦୦ କିେଲାମିଟର ବୁଲିଛନ୍ତି। ହାତଗଣତି କିଛି ନିର୍ବାଚନମଣ୍ଡଳୀ ଛାଡିଦେଲେ ପ୍ରାୟ ସବୁ ଆସନରେ ପ୍ରଚାର କରିଛନ୍ତି। ଦଳର ଜଣେ ବରିଷ୍ଠ େନତା ଦାବି କରିଛନ୍ତି, ବିେଜଡି ଶାସନକୁ େଫରିବା ନିଶ୍ଚିତ। ସଂଖ୍ୟା େନଇ କିନ୍ତୁ ବିଭିନ୍ନ େନତାଙ୍କ ହିସାବ ଅଲଗା ଅଲଗା।

ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ଦିଗଟି େହଲା, ବିଜେପି ଗତ ୨୫ ବର୍ଷ ଭିତରେ ସବୁଠାରୁ ଅଧିକ ପ୍ରଭାବଶାଳୀ ଢଙ୍ଗରେ ଏଥର ନିର୍ବାଚନ ଲଢିଛି। ବିଜେ଼ଡି ସହିତ େମଣ୍ଟ ଥିବାବେଳେ ଦଳ ମାତ୍ର ୬୩ଟି ଆସନକୁ ନଜରରେ ରଖିଥିଲା। ଏଥର ଓଡ଼ିଶା ଦଖଲ ଲାଗି ବିେଜପି ପ୍ରାୟ ସବୁ ସୁେଯାଗକୁ ବ୍ୟବହାର କରିଛି। େଖାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ପାଞ୍ଚଥର ଆସିଛନ୍ତି। ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହ, ରାଜନାଥ ସିଂହ, ନୀତିନ ଗଡକରି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ େଯାଗୀ ଆଦିତ୍ୟନାଥ ପ୍ରମୁଖଙ୍କ ଭଳି ମାଳ ମାଳ େନତା ଓଡ଼ିଶାରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାର ଓ ବିଜେଡିକୁ େଛାଟ କରି ଦେଖାଇବା ଲାଗି ସମାଲୋଚନାର ସବୁ ସ୍ତରକୁ ଅତିକ୍ରମ କରିଛନ୍ତି। ଦଳ ଆଶା କରୁଛି, ବିଧାନସଭା ଓ େଲାକସଭାରେ ସେମାନେ େଶ୍ରଷ୍ଠ ପ୍ରଦର୍ଶନ କରିବେ। ବିଧାନସଭା ନ ହେଲେ ବି ବିଜେଡି ଠାରୁ ଅଧିକ େଲାକସଭା ଆସନ ଦଖଲ କରିବେ।

କଂଗ୍ରେସ ସବୁଠାରୁ ଦୁର୍ବଳ ସଂଗଠନରେ ଏ ନିର୍ବାଚନ ମଇଦାନରେ ଯୁଝିଛି। ପୂର୍ବରୁ ଏଭଳି ସ୍ଥିତି କେବେ େହାଇନଥିଲା। େଶଷ ମୁହୂର୍ତ ପର୍ଯ୍ୟନ୍ତ ବିଧାୟକ ଓ େନତାମାେନ ଦଳ ଡିଆଁରେ ମାତିଥିଲେ। ପ୍ରାର୍ଥୀମାନେ ଟିକେଟ୍ େଫରାଇ େନତୃତ୍ବର ଚିନ୍ତା ବଢାଉଥିଲେ। ଦଳର େକନ୍ଦ୍ରୀୟ େନତୃତ୍ବର େଫାକସରେ ଯଦିଓ ଓଡ଼ିଶା ନଥିଲା, ତଥାପି ରାଜ୍ୟ େନତାମାନେ ଆଶା କରିଛନ୍ତି, ବିଧାନସଭାରେ ସେମାନଙ୍କ ପ୍ରଦର୍ଶନ କିଛି ଖରାପ ରହିବ ନାହିଁ। ଜଣେ ଟାଣୁଆ େନତାଙ୍କ ଯୁକ୍ତିକୁ ବିଶ୍ବାସ କରାଗଲେ, କଂଗ୍ରେସ ଗତଥର ଅପେକ୍ଷା ଅଧିକ ଆସନରେ ଜିତିବ େବାଲି ଦଳ ଆଶାବାଦୀ ରହିଛି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କିନ୍ତୁ ଭିନ୍ନ କାରଣରୁ ୨୩ ତାରିଖ ନିର୍ବାଚନ ଫଳାଫଳକୁ େଦଖୁଛନ୍ତି। ରାଜ୍ୟରେ ବିେଜଡି କ୍ଷମତାକୁ େଫରିବ, ବିେଜପି ଅଧିକ ଆସନରେ େଫରିବ ବା କଂଗ୍ରେସ ତାର ସ୍ଥିତି ରକ୍ଷା କରିପାରିବ ଏକଥାକୁ ସେମାନେ ସେତେଟା ଗୁରୁତ୍ବ େଦଉନାହାନ୍ତି। ସଂପ୍ରତି ଜାତୀୟ ରାଜନୀତି ପୃଷ୍ଠଭୂମିରେ ଓଡ଼ିଶା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ େବାଲି ଏହି ମହଲ ପୂର୍ବାନୁମାନ କରୁଛନ୍ତି। ନିର୍ବାଚନ ପରେ ପରେ କେନ୍ଦ୍ର ସରକାରଙ୍କ ସହଯୋଗ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀଙ୍କ ପ୍ରଶଂସା, ରାଜ୍ୟ ବିେଜପିର ଅପେକ୍ଷାକୃତ ନରମ ଆଭିମୁଖ୍ୟ ଓ ସର୍ବୋପରି ବିେଜଡି ମୁଖିଆ ନବୀନ ପଟ୍ଟନାୟକଙ୍କ ଧନ୍ୟବାଦ ରାଜନୀତି େକନ୍ଦ୍ର ସରକାର ଗଠନର ଏକ ବଡ଼ ସୂତ୍ର ସଂପର୍କରେ ସଙ୍କେତ ଦେଉଛି। ଯଦି େକନ୍ଦ୍ରରେ ଏନଡିଏ ସଂଖ୍ୟା ଗରିଷ୍ଠତା ହାସଲ ନ କରେ, ତେବେ ବିଜେପିକୁ ବିେଜଡି ସମର୍ଥନ ଦେଇପାରେ।

ହେଲେ ଏବେ ବଡ଼ ପ୍ରଶ୍ନ େହଲା, େକନ୍ଦ୍ରରେ େମାଦୀଙ୍କ ବିନା ବିଜେପିର ନୀତିନ ଗ଼ଡକରିଙ୍କୁ ପ୍ରଧାନମନ୍ତ୍ରୀ କରିବା ଲାଗି େଯଉଁ େଗାଟିଏ େଗାଷ୍ଠୀ େଯାଜନା ଚଳାଇଛନ୍ତି ‌େସମାନଙ୍କ ପ୍ରତି ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ କଣ ହେବ? ସେମାନଙ୍କୁ ସମର୍ଥନ ଦେଲେ ନବୀନ କଣ ସର୍ତ ରଖିବେ? ସଂଖ୍ୟା ଅଭାବ େହଲେ ବିେଜଡି ସରକାରରେ ସାମିଲ େହବ ନା ବାହାରୁ ସମର୍ଥନ ଦେବ? ରାଜ୍ୟର େକଉଁ ସ୍ବାର୍ଥକୁ ସାମ୍ନାରେ ରଖି ନବୀନ ବିେଜପି ସହିତ ମୂଲଚାଲ କରିପାରନ୍ତି? ଯଦି େକନ୍ଦ୍ରରେ ଏନଡିଏ ବିେରାଧରେ ବିକଳ୍ପ ଶକ୍ତି ସୃଷ୍ଟି େହଲେ, ନବୀନ ସେଥିରେ ସାମିଲ ହେବେ କି? ସର୍ବୋପରି େକନ୍ଦ୍ରରେ ଯଦି ବିଜେପି ସହିତ ବିେଜଡି ଯାଏ, ତେବେ ରାଜ୍ୟ ରାଜନୀତିରେ ଏହାର କି ପ୍ରଭାବ ରହିବ? ଏଠାେର ବିଜେପି େମଣ୍ଟରେ ରହିବ ନା ବିେରାଧୀ ଭୂମିକା ଆପଣାଇବ? ଏଭଳି କିଛି ଅଡୁଆ ପ୍ରଶ୍ନ ସହିତ ରାଜ୍ୟରେ ରାଜନୈତିକ ଉଷ୍ଣତା ପୁଣି ଥରେ େଫରିଛି। ଯାହା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବେଶ୍ କିଛି ଦିନ ପାଇଁ ଲାଗି ରହିବ, ମୌସୁମୀ ଓଡ଼ିଶା ଛୁଇଁବା ପର୍ଯ୍ୟନ୍ତ।

ସମ୍ବନ୍ଧିତ ଖବର