୩ ବରିଷ୍ଠ ନେତାଙ୍କ ନେତୃତ୍ବରେ ପଦ୍ମପୁର ଉପନିର୍ବାଚନ ଲଢ଼ିବ ବିଜେପି

ଭୁବନେଶ୍ବର: ଧାମନଗର ଉପନିର୍ବାଚନରେ ବିଜୟ ପରେ ବିଜେପି ଅଧିକ ଉତ୍ସାହିତ ଥିବା ଜଣାଯାଇଛି। କିଭଳି ଦଳ ପଦ୍ମପୁର ଉପନିର୍ବାଚନରେ ବାଜିମାତ୍ କରିବ, ସେଥିଲାଗି ରଣନୀତି ପ୍ରସ୍ତୁତ କରିଛି। ତାହା ଅନୁଯାୟୀ, ଦଳ ତିନି ୩ ବରିଷ୍ଠ ନେତାଙ୍କୁ ପଦ୍ମପୁର ଉପନିର୍ବାଚନର ଦାୟିତ୍ବ ଦେଇଥିବା ନେଇ ବିଜେପି ସାଧାରଣ ସଂପାଦକ ପୃଥ୍ବୀରlଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ପୃଥ୍ବୀରlଜ ହରିଚନ୍ଦନ କହିଛନ୍ତି, ବରଗଡ଼ ସାଂସଦ ସୁରେଶ ପୂଜାରୀ, କଳାହାଣ୍ଡି ଲୋକସଭା ସଦସ୍ୟ ବସନ୍ତ ପଣ୍ଡା ଓ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧା୍ୟକ ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ଵରେ ପଦ୍ମପୁର ଉପନିର୍ବାଚନ ଲଢ଼ିବ ଦଳ। ପଦ୍ମପୁର ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଟିମ୍ ପ୍ରସ୍ତୁତି ସରିଛି। ପଦ୍ମପୁରରେ ବି ଦଳ ଧାମନଗର ଶୈଳୀରେ ପ୍ରଚାର ଓ ପରିଚାଳନା କରିବ। ଏଥିଲାଗି ଯୋଜନା ପ୍ରସ୍ତୁତ ହୋଇଛି। ନିର୍ବାଚନ ବେଳେ ସମସ୍ତ ବିଧାୟକଙ୍କ ସମେତ ପଶ୍ଚିମ ଓଡ଼ିଶାର ନେତାମାନଙ୍କୁ ସେଠି ରହି ନିର୍ବାଚନ ଦାୟିତ୍ବ ନେବାକୁ କୁହାଯାଇଛି। ଖୁବ୍ ଶୀଘ୍ର ଓଡ଼ିଶାର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଓ ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଷ୍ଟ୍ରାଟେଜି ପ୍ରସ୍ତୁତ କରିବା ପାଇଁ ଓଡ଼ିଶା ଆସୁଛନ୍ତି। ପ୍ରାଥମିକ ସ୍ତରରେ ଦଳର ତିନି ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି।

ସୂଚନାଯୋଗ୍ୟ, ଧାମନଗର ଫଳାଫଳକୁ ନେଇ ଉତ୍‌ଫୁଲ୍ଲିତ ବିରୋଧୀ ଦଳ ବିଜେପି ପଦ୍ମପୁରରେ ନିଜର ବି ନିଜର ବିଜୟଧାରା ବଳବତ୍ତର ରଖିବାକୁ ଚେଷ୍ଟା କରିବ। ସେହିଭଳି, ଶାସକ ବିଜେଡି ନିଜ ଆସନକୁ କେବେ‌ହେଲେ ହାତଛଡ଼ା କରିବାକୁ ଚାହିଁବ ନାହିଁ। ସେଥିପାଇଁ ସମସ୍ତ ପ୍ରକାରର ଉଦ୍ୟମ ଅବ୍ୟାହତ ରଖିବ। ଏହିଦୃଷ୍ଟିରୁ ପଦ୍ମପୁର ଉପନିର୍ବାଚନ ଦୁଇଦଳ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ରାଜନୈତିକ ମହଲରେ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଛି।

ଗତ ୨୦୧୪ ମସିହା ଏବଂ ୨୦୧୯ ମସିହା ନିର୍ବାଚନରେ ଉଭୟ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ୨୦୧୪ ମସିହା ନିର୍ବାଚନରେ ବିଜେପି ପ୍ରାର୍ଥୀ ୬୮,୯୪୨ ଭୋଟ୍‌ ହାତେଇଥିଲେ। ବିଜେଡି ପ୍ରାର୍ଥୀ ୬୪,୪୨୯ ‌‌ଭୋଟ୍‌ ପାଇଁ ନିଜର ପରାଜୟକୁ ସ୍ବୀକାର କରିଥିଲେ। ଅର୍ଥାତ୍‌ ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ହିଁ ବିଜୟ ହାସଲ କରିଥିଲେ ଏବଂ ବିଜୟର ବ୍ୟବଧାନ ଥିଲା ୪,୫୧୩। ତେବେ, ୨୦୧୯ ମସିହାରେ ଦୁଇଦଳ ମଧ୍ୟରେ କଡ଼ା ଟକ୍କର ହୋଇଥିଲେ ବି ବାଜି ଓଲଟି ଯାଇଥିଲା। ଶାସକ ବିଜେଡି ୮୩,୨୯୯ ଭୋଟ୍ ପାଇ ବିଜେପିଠାରୁ ୫୭୩୪ ଭୋଟ୍‌ ଆଗରେ ରହିଥିଲା। ଏହି ନିର୍ବାଚନରେ ବିଜେଡିର ଭୋଟ୍‌ ପ୍ରତିଶତ ୪୧.୨୯ ରହିଥିବା ବେଳେ ବିଜେପି ଭୋଟ୍‌ ପ୍ରତିଶତ ଥିଲା ୩୮.୪୫ ପ୍ରତିଶତ। ଏହାପୂର୍ବରୁ ୨୦୧୯ ମସିହ‌ାରେ ବିଜେଡି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହୋଇଥିବାବେଳେ ଏହି ଦୁଇ ନିର୍ବାଚନରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଥିଲା। ଗୋଟିଏପଟେ ଶାସକ ଦଳ ସ୍ଥିର ରହିଥିବା ବେଳେ ଅନ୍ୟପଟେ କଂଗ୍ରେସ ବଦଳରେ ନିକଟତର ପ୍ରତିଦ୍ବନ୍ଦ୍ବୀର ସ୍ଥାନ ନେଇଥିଲା ବିଜେପି। ସେହ ନିର୍ବାଚନରେ ବିଜେଡି ସମୁଦାୟ ୬୭,୯୧୩ ଏବଂ କଂଗ୍ରେସ ୪୯,୮୪୭ ଭୋଟ୍‌ ପାଇଥିଲା। ଉଭୟ ଦଳ ମଧ୍ୟରେ ଭୋଟ୍‌ହାର ଥିଲା ଯଥାକ୍ରମେ ୪.୪୮ ଓ ୧୮.୮୬ ପ୍ରତିଶତ।

ସମ୍ବନ୍ଧିତ ଖବର