‘ବାଏ-ବାଏ ପରିବାର ସଦସ୍ୟ, ଏବେ କର କେମିତି ବିବାହ କରିବ’ ବୋଲି ସୁଇସାଇଡ ନୋଟରେ ଲେଖି ଆତ୍ମହତ୍ୟା କଲେ ଯୁବକ

ନୂଆଦିଲ୍ଲୀ: ରାଜଧାନୀ ଲକ୍ଷ୍ମୌରେ ଜଣେ ଯୁବତୀ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ମୃତ୍ୟୁ ପୂର୍ବରୁ ଯୁବତୀ ଏକ ହାତଲେଖା ସୁଇସାଇଡ ନୋଟ ବି ଛାଡ଼ି ଯାଇଛନ୍ତି। ଏହି ନୋଟରେ ଲେଖିଛନ୍ତି, ‘ବାଏ-ବାଏ ଫେମିଲି ମେମ୍ବର। ଏବେ ବିବାହ କର। ମୁଁ ବଞ୍ଚିବାକୁ କି ବିବାହ କରିବାକୁ ଚାହେଁ ନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ସୂଚନାମୁତାବକ, ଲକ୍ଷ୍ମୌର କୃଷ୍ଣା ନଗର ଥାନା ଅଞ୍ଚଳରେ ରହୁଥିବା ଜଣେ ଯୁବତୀ ନିଜ ଭାଇ-ଭାଉଜ ପାଖରେ ରହୁଥିଲେ। ଯୁବତୀଙ୍କ ମା’ଙ୍କ ମୃତ୍ୟୁ କିଛିଦିନ ପୂର୍ବରୁ ହୋଇଥିଲା। ଏହାପରେ ତାଙ୍କ ପରିବାର କାନପୁର ରୋଡରେ ଥିବା ଏଲଡିଏ କଲୋନିରେ ଭଡ଼ାରେ ରହୁଥିଲେ। ଘରଠାରୁ କିଛି ଦୂରରେ ତାଙ୍କ ବଡ଼ ଭାଇ-ଭାଉଜ ଅନ୍ୟ ଏକ କୋଠାରେ ରହୁଥିଲେ।

ପୁଲିସ ସୂଚନା ମୁତାବକ, ଯୁବତୀ ଯେଉଁ ରୁମରେ ରହୁଥିଲେ ସେଠାକାର ଦ୍ବାର ଅନେକ ସମୟ ଧରି ଖୋଲି ନଥିଲା। ଏହାପରେ ତାର ଭାଇ-ଭାଉଜ ଓ ପଡ଼ିଶାଲୋକେ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଭାଙ୍ଗି ଦେଖିଲା ବେଳକୁ ଜଣେ ଯୁବତୀଙ୍କ ଶବ ଝୁଲି ରହିଥିଲା। ଯୁବତୀଙ୍କ ମୃତଦେହ ନିକଟରୁ ପୁଲିସ ଏକ ସୁଇସାଇଡ ନୋଟ ମଧ୍ୟ ଜବତ କରିଥିଲା। ଯେଉଁଥିରୁ ଜଣାପଡ଼ିଲା କି ଯୁବତୀ ବିବାହ କରିବାକୁ ଚାହୁଁ ନଥିଲେ। ସେଥିପାଇଁ ସେ ଏଭଳି ପଦକ୍ଷେପ ନେଇଛନ୍ତି। ପୁଲିସ ଅନ୍ୟ ଦିଗଗୁଡ଼ିକରୁ ବି ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର