ସ୍ୱସ୍ତିକ ଇଣ୍ଡିଆ ଚିଟଫଣ୍ଡ: ଜଗବନ୍ଧୁ ପଣ୍ଡାଙ୍କୁ ହାଇକୋର୍ଟରୁ ଜାମିନ

କଟକ : ସ୍ୱସ୍ତିକ ଇଣ୍ଡିଆ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଜଗବନ୍ଧୁ ପଣ୍ଡାଙ୍କୁ ଆଜି ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି ଦୁଇ ଜଣ ଜାମିନଦାରଙ୍କ ବଦଳରେ ଶ୍ରୀ ପଣ୍ଡାଙ୍କୁ ଜାମିନରେ ଛାଡିବା ପାଇଁ ଭୁବନେଶ୍ୱରସ୍ଥିତ ସିିବିଆଇ ସିଜେଏମ୍‌ ଅଦାଲକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଜାମିନରେ ଛାଡ ପାଇବା ପାଇଁ ଆବେଦନକାରୀଙ୍କୁ ୧୦ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୫ଲକ୍ଷ ଟଙ୍କାର ସଂପତ୍ତି ଜମା ନିମ୍ନ ଅଦାଲତରେ ଦେବାକୁ ପଡିବ ବୋଲି ସର୍ତ୍ତାରୋପ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର ଓ ସୂର୍ଯ୍ୟ ପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ ମାମଲା ପରିଚାଳାନ କରୁଥିଲେ।

ସମ୍ବନ୍ଧିତ ଖବର