କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ବର: କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଆଜି ପ୍ରଦାନ କରା ଯାଇଛି। ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ୨୦୨୨ ଓ ୨୦୨୩ ବର୍ଷ ପାଇଁ ୬ ଜଣଙ୍କୁ ସମ୍ମାନଜନକ ଏକାଡେମୀ ଫେଲୋସିପ୍ (ଏକାଡେମୀ ରତ୍ନ) ଏବଂ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୯୨ ଜଣଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ଓଡ଼ିଶାର ୩ ଜଣ ପ୍ରତିଭାଙ୍କୁ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ୨୦୨୨ ବର୍ଷ ପାଇଁ ଶାସ୍ତ୍ରୀୟ ନୃତ୍ୟରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ନିରଞ୍ଜନ ରାଉତ, ୨୦୨୩ ବର୍ଷ ପାଇଁ ପାରମ୍ପରିକ ସଙ୍ଗୀତ କ୍ରମରେ ଓଡ଼ିଶୀ ସଙ୍ଗୀତ ପାଇଁ ପ୍ରଖ୍ୟାତ ଗାୟିକା ଗୁରୁ ସଙ୍ଗୀତା ଗୋସାଇଁ ଓ ଓଡ଼ିଶୀ ନୃତ୍ୟ ପାଇଁ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ସ୍ନେହପ୍ରଭା ସାମନ୍ତରାୟଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକାଡେମୀ ପୁରସ୍କାର ସ୍ବରୂପ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି, ତାମ୍ରଫଳକ ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ।

ସମ୍ବନ୍ଧିତ ଖବର