ଦୁଇଟି ଦୋକାନରୁ ଲକ୍ଷାଧିକ ଟଙ୍କା ଚୋରି

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖୁଣ୍ଟାପଡା ହନୁମାନଛକରେ ଥିବା ଦୁଇଟି ଦୋକାନରୁ ଗତକାଲି ବିଳମ୍ବିତ ରାତିରେ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରିଛନ୍ତି। ‌ଦୁର୍ଯ୍ୟୋଧନ ସେଠୀଙ୍କ ତେଜରାତି ଦୋକାନରୁ ତେଜରାତି ସାମଗ୍ରୀ ସହ ବୈଦ୍ୟୁତିକ ଓ ଗ୍ୟାସ୍‌ ସରଞ୍ଜାମ ଚୋରି ହୋଇଛି।

ସେହିପରି ଦୁର୍ଲଭ ସେଠୀଙ୍କ ସାଇକଲ ଦୋକାନରୁ ସମସ୍ତ ସାଇକେଲ ପାର୍ଟସ୍‌ ଚୋରି ହୋଇଛି। ଏନେଇ ତୁରୁମୁଙ୍ଗା ଥାନାରେ ଉଭୟ ଅଭିଯୋଗ କରିଛନ୍ତି। ସେହିପରି ପାଟଣା ବ୍ଲକ୍‌ ତୁରୁମୁଙ୍ଗା ଥାନା ବୁଢ଼ୀକାପୁଡ଼ି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ମିସନଶକ୍ତି ଗୃହର ଛାତ ଉପରୁ ଏକ ପାଣିଟାଙ୍କି ଚୋରି ହୋଇଛି। ଏନେଇ ମହିଳା ଗୋଷ୍ଠୀ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର