ଚାକିରି ଦେବା ନାଁରେ ୧୨ ଲକ୍ଷ ଟଙ୍କା ଠକେଇ, ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ରାଜଧାନୀ ଭୁୁବନେଶ୍ବରରେ ସରକାରୀ ଚାକିରି କରାଇ ଦେବା ନାଁରେ ୧୨ ଲକ୍ଷ ଟଙ୍କା ଠକେଇ ହୋଇଛି । ଚନ୍ଦ୍ରଶେଖରପୁର ଅଞ୍ଚଳରୁ କମିସନରେଟ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ମିଶନ ଶକ୍ତି, ରେଲୱେ, ନାଲ୍କୋ ଓ ବ୍ୟାଙ୍କରେ ଚାକିରି ଦେବା ନାଁରେ ୩ ଅଭିଯୁକ୍ତ ଠକୁଥିଲେ। ସୁଭମ ସର୍ଭିସ ପ୍ଲେସମେଣ୍ଟ ନାଁରେ ଅଫିସ ଖୋଲି ଲୋକଙ୍କୁ ଠକୁ ଥିଲା । ମିଶନ ଶକ୍ତିର ନକଲି ରବର ଷ୍ଟାମ୍ପ ସହ ବିଭିନ୍ନ କାଗଜ ପତ୍ର ଜବତ କରିଛି ପୁଲିସ । ଗତ ୬ ତାରିଖରେ ଠକାମିର ଶିକାର ହୋଇଥିବା ଜଣେ ଯୁବକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ସୁଭମ ପ୍ଲେସମେଣ୍ଟ ଅଫିସରେ ରେଡ଼ କରିଥିଲା ପୁଲିସ । ଅଭିଯୁକ୍ତ ମାନେ ଗିରଫ ହେବା ପରେ ଠକାମିର ଶିକାର ହୋଇଥିବା ଲୋକଙ୍କର ଥାନାରେ ବଢୁଛି ଲାଇନ ।

ସମ୍ବନ୍ଧିତ ଖବର