ରାୟଗଡ଼ା ଜଙ୍ଗଲ ଛାଡ଼ିଲା କି ବାଘ? ଲୋକଙ୍କୁ ମିଳିଲା ଆଶ୍ବସ୍ତି, ବନ ବିଭାଗର ତଦନ୍ତ ଜାରି

ରାୟଗଡ଼ା: ଜିଲ୍ଳାରେ ଗତ ୪ ସପ୍ତାହ ଧରି ବାଘ ବନ ବିଭାଗ ଓ ସ୍ଥାନୀୟ ଅଂଚଳର ଲୋକଙ୍କୁ ଆତଙ୍କି କରି ରଖିଥିଲା। ବାଘକୁ କେହି ଦେଖିନଥିବା ବେଳେ ଜଣେ ମହିଳା ହିଁ ବାଘକୁ ଦେଖିଥିବା ଯୁକ୍ତି ବାଢଥିଲେ। ତେବେ ଲଗାତାର ବନ ଅଧିକାରୀମାନେ ବାଘକୁ ଠାବ କରିବା ପାଇଁ ଦିନରାତି ଏକ କରି ବିଫଳ ହୋଇଛନ୍ତି। କେବଳ ବାଘର ପାଦ ଚିହ୍ନକୁ ଯେଉଁ ଅଂଚଳରେ ଦେଖୁଥିଲେ ହୁଏତ ବାଘ ସେହି ଅଂଚଳରେ ବୁଲୁଥାଇପାରେ ବୋଲି ଅନୁମାନ କରି ସୂଚନା ଦେଉଥିଲେ। ବାଘ ଶନିବାର ଠାରୁ ରାୟଗଡା ଜିଲ୍ଲା ଛାଡି କନ୍ଧମାଳ ଜିଲ୍ଲାକୁ ଚାଲିଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ବାଘ ରାୟଗଡା ଛାଜିବା ଜାଣିବା ପରେ ଲୋକେ ଆଶ୍ବସ୍ତ ହୋଇଛନ୍ତି। ବନ ବିଭାଗର କର୍ମଚାରୀମାନେ ବାଘକୁ ଖୋଜି ଖୋଜି ବାଲିଗୁଡା ବନାଞ୍ଚଳ ଭିତରେ ପଶିଯିବା ପରେ ସେହି ଅଂଚଳରେ ବାଘର ପାଦ ଚିହ୍ନ ଦେଖି ସେହି ଅଂଚଳ କନ୍ଧମାଳର ବୋଲି ଜାଣିବା ପରେ ଚାଲିଆସିଥିଲେ। ବର୍ତ୍ତମାନ ବାଘ କନ୍ଧମାଳ ଜିଲ୍ଲାର କୋଟଗଡ ବନାଞ୍ଚଳର ଦୁର୍ଗାପାଙ୍ଗା ଅଂଚଳରେ ବୁଲୁଥିବା ଅନୁମାନ କରାଯାଉଛି। କିନ୍ତୁ ବନ ବିଭାଗର କର୍ମଚାରାୀମାନେ ବାଘର ପାଦ ଚିହ୍ନକୁ ଦେଖି ତଦନ୍ତ ଜାରି ରଖିଥିବା କହିଛନ୍ତି। ହୁଏତ ବାଘ ପୁଣି ରାୟଗଡା ଜିଲ୍ଲା ଭିତରେ ପ୍ରବେଶ କରିପାରେ ବୋଲି ସଂଦେହ କରାଯାଉଥିବା କୁହାଯାଇଛି।

ରାୟଗଡ଼ା ଜିଲ୍ଲାର ଗୁଡାରୀ, ଚନ୍ଦ୍ରପୁର, ମୁନିଗୁଡା, ପଦ୍ମପୁର ଅଂଚଳରେ ବାଘ ଦୀର୍ଘ ଦିନ ରହି ବେଶ ଉତ୍ପାଦ ମଚାଇଲା।ମଇଁଷି, ବାଛୁରୀ ଖାଇବା ସହ ଗାଈମାନଙ୍କୁ ଆକ୍ରମଣ କରିଥିଲା। ଖାଦ୍ୟ ଅନ୍ବେଷଣରେ ବାଘ ଏଣେତେଣେ ଘୁରି ବୁଲୁଥିବା କୁହାଯାଇଛି। ଦିନରେ ପ୍ରାୟ ଜଂଗଲରେ ଲୁଚି ରହୁଥିବା ବେଳେ ରାତିରେ ୨୦ କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ଯାଉଥିବା ଜଣାପଡିଛି। ରାୟଗଡା ଜିଲ୍ଲାରୁ ବହୁତ ଦୁରକୁ ଯାଇନଥିବାରୁ ବନ ବିଭାଗ ସତର୍କ ରହିଛି। ପୁଣି ଘୁରି ବୁଲି ରାୟଗଡା ଜିଲ୍ଲାରେ ପଶିପାରେ ବୋଲି କୁହାଯାଇଛି।ତେବେ ବନ ବିଭାଗ ଏତେ ଦିନ ପର୍ଯ୍ୟନ୍ତ ରାୟଗଡା ଜିଲ୍ଲାରେ ବାଘ ବୁଲୁଥିଲେ ମଧ୍ୟ ଠାବ କରିପାରିଲା ନାହିଁ। ଜଂଗଲ ଯେହେତୁ ବିରାଟ ବଡ ରହିଥିବାରୁ ବାଘକୁ ଖୋଜିବା ମୁସକିଲ ହେଲା ବୋଲି କୁହାଯାଇଛି। ତେବେ ବାଘର ଗତିବିଧି ଉପରେ ନଜର ରହିଥିବା ବନ ବିଭାଗ କହିଛି।

ସମ୍ବନ୍ଧିତ ଖବର