ଟୟୋଟାର ନୂଆ ଏସ୍‌ୟୁଭି ‘ଟାଇଜର୍‌’: ଦାମ୍‌ ୭.୭୩ ଲକ୍ଷ ଟଙ୍କାରୁ ଆରମ୍ଭ

ଭୁବନେଶ୍ବର: କଟକର ତେଲେଙ୍ଗାପେଣ୍ଠ ସ୍ଥିତ ଇସ୍ପିରିଟ୍ ଟୟୋଟା ପକ୍ଷରୁ ଟୟୋଟା କିର୍ଲୋସ୍କର ମୋଟର (ଟିକେଏମ୍‌)ର ନୂଆ ଏ-ଏସ୍‌ୟୁଭି ଟାଇଜର୍‌କୁ ଉନ୍ମୋଚନ କରାଯାଇଛି ଯାହାର ପ୍ରାରମ୍ଭିକ ମୂଲ୍ୟ ୭.୭୩ ଲକ୍ଷ ଟଙ୍କା ରହିଛି। ଏହି ଅର୍ବା‌ନ୍ କ୍ରୁଜର୍‌ର ଉନ୍ମୋଚନ ଅବସରରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଡିଜିଏମ୍ ସଞ୍ଜୟ କୁମାର ଝା, ଇସ୍ପିରିଟ୍ ଟୟୋଟାର ସିଇଓ ସଚିନ୍ ହାନୋଭର, ଏଭିପି (ସେଲ୍ସ ଓ ମାର୍କେଟିଂ) ସତୀର୍ଥ ନାୟକ ଏବଂ ଏଜିଏମ୍ (ସେଲ୍‌ସ) ଶଶି ଭୂଷଣ ଦାସ ଉପସ୍ଥିତ ଥିଲେ। ଟୟୋଟା ଟାଇଜର୍ ହେଉଛି ଷ୍ଟାଇଲ୍, ଉନ୍ନତ ବୈଶିଷ୍ଟ୍ୟ ଓ ଶକ୍ତିଶାଳୀ ପ୍ରଦର୍ଶନର ଏକ ସମାହାର। ଏହାର ବାହ୍ୟ ପାର୍ଶ୍ବ ବେଶ ଆକର୍ଷଣୀୟ ରହିଛି। ଗାଡ଼ିର ସାମ୍ନା ପାର୍ଶ୍ବକୁ ଟୟୋଟାର ଡିଜାଇନର୍ ଭାବେ ଡିଜାଇନ୍ କରିଛନ୍ତି। ଏକ ଲିଟର ଟର୍ବୋ, ୧.୨ ଲିଟର ପେଟ୍ରୋଲ୍ ଏବଂ ଇ-ସିଏନ୍‌ଜି ପାୱାରଟ୍ରେନ୍ ବିକଳ୍ପରେ ଉପଲବ୍ଧ ଟାଇଜର୍ ଅତୁଳନୀୟ ପ୍ରଦର୍ଶନ ଓ ମାଇଲେଜ୍ ପ୍ରଦାନ କରୁଛି। ଏହାର ଉନ୍ନତ ପ୍ରଯୁକ୍ତି ଓ କନେକ୍ଟିଭିଟି ସୁବିଧା ଗାଡ଼ି ଚାଳନା ଅନୁଭୂତିରେ ଉନ୍ନତି ଆଣିବ।

ଭାରତୀୟ ଗ୍ରାହକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାର ଭିତର ପାର୍ଶ୍ବକୁ ପ୍ରସ୍ତୁତ କରାଯାଇଛି। ଚାଳକ ଓ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଏଥିରେ ବହୁ ସୁରକ୍ଷା ବୈଶିଷ୍ଟ୍ୟ ରହିଛି। କମ୍ପାନି ପକ୍ଷରୁ ଏହା ଉପରେ ବ୍ୟାପକ ୱାରେଣ୍ଟି ମଧ୍ୟ ପ୍ରଦାନ କରାଯାଉଛି। ଗ୍ରାହକମାନେ ୧୧,୦୦୦ ଟଙ୍କା ଦେଇ ଏହାର ବୁକିଂ କରିପାରିବେ। ଚଳିତ ମାସରୁ ଗାଡ଼ିର ଡେଲିଭରି ଆରମ୍ଭ ହୋଇଛି। ଟାଇଜର୍‌ରେ ଥିବା ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ଭିତରେ ରହିଛି ଅଟୋମେଟିକ୍ ହେଡ୍‌ଲ୍ୟାମ୍ପ୍, ଆଲୟ ହ୍ବିଲ୍‌, ସାଇଡ୍ ଓ କ୍ୟାବିନ୍ ଏୟାରବ୍ୟାଗ୍‌, ୩୬୦ ଡିଗ୍ରି ଭିଉ କ୍ୟାମେରା, ପଛ ପାର୍ଶ୍ବ ଦେଖି ହେଉଥିବା କ୍ୟାମେରା, ଏବିଏସ୍‌ ସହିତ ଇବିଡି, ପଛ ଇଲେକ୍ଟ୍ରିକ୍ ଡିଫଗର୍‌, ଚୋରି ନିରୋଧୀ ନିରାପତ୍ତା ବ୍ୟବସ୍ଥା, ସ୍ବୟଂକ୍ରିୟ ଜଳବାୟୁ ନିୟନ୍ତ୍ରଣ ଓ ୟୁଏସ୍‌ବି ଚାର୍ଜିଂ ସକେଟ୍।

ସମ୍ବନ୍ଧିତ ଖବର