ବ୍ୟକ୍ତିଗତ କାରଣରୁ ଟେଷ୍ଟ ସ୍କ୍ବାଡରୁ ବାହାରିଲେ ଈଶାନ କିଶନ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିିରିଜରୁ ବାଦ୍ ପଡ଼ିଲେ କ୍ରିକେଟର ଈଶାନ କିଶନ। ବ୍ୟକ୍ତିଗତ କାରଣ ପାଇଁ ସେ ବିସିସିଆଇକୁ ଅନୁରୋଧ କରିବା ପରେ ତାଙ୍କୁ ଦଳରୁ ବାହର କରାଯାଇଛି। ବିଶ୍ବକପ ଶେଷ ହେବା ପରେ ଭାରତ, ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ୍ ଖେଳିଥିଲା। ଏହି ସିରିଜରେ ଅନେକ ଆଗ ଧାଡ଼ିର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିଲା। ଏହା ପରେ ବିସିସିଆଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦, ଦିନିକିଆ ଓ ଟେଷ୍ଟ ସିିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଥିଲା।

ଦକ୍ଷିଣ ଆଫ୍ରିକା ବିପକ୍ଷ ୨ଟି ଟେଷ୍ଟ ସିିରିଜ ପାଇଁ ଭାରତ ପକ୍ଷରୁ ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଯଶସ୍ୱୀ ଜୈସୱାଲ, ବିରାଟ କୋହଲି, ଶ୍ରେୟସ ଅୟର, ଋତୁରାଜ ଗାଇକୱାଡ, ଈଶାନ କିଶନ (ୱିକେଟକିପର), କେ.ଏଲ୍ ରାହୁଲ (ୱିକେଟକିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ରବିନ୍ଦ୍ର ଜାଦେଜା, ଶାର୍ଦୁଲ ଠାକୁର, ମହମ୍ମଦ ସିରାଜ, ମୁକେଶ କୁମାର, ମହମ୍ମଦ ଶାମି, ଜସପ୍ରୀତ ବୁମ୍ରା (ଉପଅଧିନାୟକ) ଓ ପ୍ରସିଦ୍ଧ କୃଷ୍ଣ ଖେଳିବେ ବୋଲି ବିସିସିଆଇ ଘୋଷଣା କରିଥିବା ବେଳେ ଏବେ ଈଶାନ କିଶନ ଦଳରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ କ୍ରିକେଟର କେଏସ ଭରତ ଖେଳିବେ ବୋଲି ସାମ୍ନାକୁ ଆସିଛି। ତେବେ ଈଶାନ କାହିଁକି ଦଳରୁ ନିଜକୁ ବାହାର କରିବାକୁ ଅନୁରୋଧ କଲେ, ତାହା ସାମ୍ନାକୁ ଆସିନାହିଁ।

ଏହା ପୂର୍ବରୁ ନିଜ ଅସୁସ୍ଥ ବାପାଙ୍କ ସହ ସମୟ କଟାଇବା ପାଇଁ ଛୁଟି ଦେବାକୁ ବିସିସିଆଇକୁ ଅନୁରୋଧ କରିଥିଲେ ଦୀପକ ଚହର। ତାଙ୍କ ଅନୁରୋଧ ରକ୍ଷା କରି ବିସିସିଆଇ ତାଙ୍କୁ ଦିନିକିଆ ସିରିଜରୁ ବାଦ ଦେବା ସହ ମହମମ୍ମ ସାମି ଆହତ ଥିବାରୁ ତାଙ୍କୁ ଟେଷ୍ଟ ସିରିଜରୁ ବାଦ ଦିଆଯାଇଛି।

ସମ୍ବନ୍ଧିତ ଖବର