ଟିଟୋର ନୂଆ ଠିକଣା ଝାରପଡ଼ା ଜେଲ

କେନ୍ଦ୍ରାପଡା: ରାଜକନିକାରେ ନସିରୁଦ୍ଦିନ୍ ଉପରେ ମରଣାନ୍ତକ ଆକ୍ରମଣ କରି ଗିରଫ ହୋଇଥିବା ଟିଟୋ କେନ୍ଦ୍ରାପଡ଼ା ଜେଲରେ ଥିଲା। ଶୁକ୍ରବାର ଟିଟୋକୁ କେନ୍ଦ୍ରାପଡା ଜେଲରୁ ଝାରପଡା ଜେଲକୁ ସ୍ଥାନାନ୍ତର କରାଯାଇଛି। କଡା ସୁରକ୍ଷା ମଧ୍ୟରେ ଟିଟୋକୁ କେନ୍ଦ୍ରାପଡା ଜେଲରୁ ଭୁବନେଶ୍ୱରର ଝାରପଡା ଜେଲକୁ ଅଣାଯାଇଛି । ପ୍ରଶାସନିକ ଶୃଙ୍ଖଳା ଦୃଷ୍ଟିରୁ ଏପରି ସ୍ଥାନାନ୍ତର କରାଯାଇଥିବା କୁହାଯାଇଛି ।

ସୂଚନାଯୋଗ୍ୟ, ୨୦୧୮ ସେପ୍ଟେମ୍ବର ମାସରେ ସୟଦ୍‌ ଉସମାନ୍‌ ଅଲ୍ଲୀ ଓରଫ୍‌ ଗ୍ୟାଙ୍ଗଷ୍ଟର ଟିଟୋକୁ କେନ୍ଦ୍ରାପଡାରୁ ସ୍ପେଶାଲ ଟାସ୍କ ଫୋର୍ସ ଗିରଫ କରିଥିଲା। ରାଜକନିକାରେ ନସିରୁଦ୍ଦିନ୍  ଉପରେ ମରଣାନ୍ତକ ଆକ୍ରମଣରେ ଟିଟୋ ବିପକ୍ଷରେ ପ୍ରମାଣ ମିଳିବା ପରେ ପରେ ଏସଟିଏଫ୍‌ ତାଙ୍କୁ ଗିରଫ କରିଥିଲା ।

କେନ୍ଦ୍ରାପଡାର ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟର ନାଁରେ ଦାଦାବଟି ଆଦାୟ, ବାଲିଘାଟ ଟେଣ୍ଡର ଫିକ୍ସିଂ ଠାରୁ ଆରମ୍ଭ କରି ହତ୍ୟା ପରି ପ୍ରାୟ ୩୮ ଟି ମାମଲା ରହିଥିଲା। ତେବେ ପୁଲିସ ସୂଚନା ଅନୁସାରେ ଏହି ୩୮ ଟି ମାମଲାରୁ ୩୬ଟି ମାମଲାରେ ସେ ସାକ୍ଷ୍ୟପ୍ରମାଣ ଅଭାବରୁ କୋର୍ଟରୁ ନିର୍ଦୋଷରେ ଖଲାସ ହୋଇଥିଲା । ଏବେ ତାର ନାଁରେ ଗ୍ୟାଙ୍ଗଷ୍ଟର ସୁଲେମାନ୍‌ ହତ୍ୟାକାଣ୍ଡର ମାମଲା ଚାଲିଛି ।

ସମ୍ବନ୍ଧିତ ଖବର