ବ୍ରାଉନ ସୁଗାର ଜବତ ଘଟଣାରେ ୨ ଗିରଫ

ଧର୍ମଶାଳା : ଜାରକାର କଳ୍ପତରୁ ଦାସ ଷ୍ଟାଡିୟମ ନିକଟରୁ ଗତ ମଙ୍ଗଳବାର ବ୍ରାଉନ୍ ସୁଗାର ଜବତ ଘଟଣାରେ ଧର୍ମଶାଳା ପୁଲିସ୍‌ ୨ଜଣ ବେପାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଭଦ୍ରକର ନବୀନ ଦାସ ଓ ଧର୍ମଶାଳା ଥାନା ନୀଳକଣ୍ଠପୁର ଗ୍ରାମର ଆଶୁତୋଷ ମିଶ୍ରକୁ ବୁଧବାର ଦିନ ଚଣ୍ତିଖୋଲ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ୧୭୭ ଗ୍ରାମ୍ ବ୍ରାଉନ୍‌ସୁଗାର, ୬ ହଜାର ଟଙ୍କା, ୨ଟି ମୋବାଇଲ, ବ୍ୟବହୃତ ବାଇକ୍‌ ଆଦି ଜବତ ହୋଇଛି।

ଅଭିଯୁକ୍ତ ନବୀନର ସୂଚନା ଆଧାରରେ ପୁଲିସ୍‌ ଆଶୁତୋଷକୁ ଗିରଫ କରିଥିଲା। ଯାଜପୁର ଜିଲ୍ଲା ପୁଲିସ୍‌ର ସ୍ବତନ୍ତ୍ର ସ୍କ୍ବାଡ୍‌ ଗତକାଲି ଜାରକା ଷ୍ଟାଡିୟମ୍ ନିକଟରୁ କିଛି ବ୍ରାଉନ୍‌ସୁଗାର ଜବତ କରିଥିଲା। ଚଢ଼ଉ ସମୟରେ ଭଦ୍ରକ ଅଞ୍ଚଳର ଜଣେ ବେପାରୀକୁ ସ୍କ୍ବାଡ୍‌ କାବୁ କରିବାରେ ସଫଳ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ୪ ଜଣ ବେପାରୀ ଓ ଗ୍ରାହକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ୍‌ ୬୭୦/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଉଭୟଙ୍କୁ ବୁଧବାର ଦିନ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର