ପଞ୍ଚଭୂତରେ ଲୀନ ହେଲେ ବିଷ୍ଣୁ

ଆଖି ଲୁହରେ ପ୍ରିୟନେତାଙ୍କୁ ଅନ୍ତିମ ବିଦାୟ

ଅସୁରାଳି: ପଞ୍ଚଭୂତରେ ବିଲୀନ ହେଲା ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ମରଶରୀର। ଯେଉଁ ମାଟିରେ ଦିନେ ଏନ୍ତୁଡ଼ି ନିଆଁ ଜଳିଥିଲା ସେଇ ମାଟିରେ ବିଷ୍ଣୁଙ୍କ ଜୁଇ ନିଆଁ ଜଳିଛି। ଜନ୍ମମାଟି ତିହିଡ଼ି ବ୍ଲକର ମଙ୍ଗରାଜପୁରଠାରେ ଦୁଃଖଦ ପରିବେଶ ମଧ୍ୟରେ ହଜାର ହଜାର ଜନତା ଆଖି ଲୁହରେ ସେମାନଙ୍କ ପ୍ରିୟ ନେତାଙ୍କୁ ବିଦାୟ ଜଣାଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ମରଶରୀର ଗାଁ ମାଟିରେ ପହଞ୍ଚିବା ପରେ ଶେଷଦର୍ଶନ ପାଇଁ ସବୁବର୍ଗର ଲୋକେ ଭିଡ଼ ଜମାଇ ଥିଲେ। ଘରେ କିଛି ସମୟ ମରଶରୀର ରହିବା ପରେ ପୁଅ, ପୁତୁରା, ସାହିଭାଇ, କର୍ମୀ ଓ ସମର୍ଥକ ମାନେ ଶ୍ମଶାନ ପର୍ଯ୍ୟନ୍ତ କାନ୍ଧରେ ବୋହି ନେଇଥିଲେ। ଏକମାତ୍ର ପୁତ୍ର ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସାମାଜିକ ଗଣମାଧ୍ୟମ ସଂଯୋଜକ ସୂରଜ ସୂର୍ଯ୍ୟବଂଶୀ ବାପାଙ୍କୁ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର