ସରପଞ୍ଚମାନଙ୍କୁ ପରାମର୍ଶ ଦେଲେ ୫-ଟି ସଚିବ, କ’ଣ କହିଲେ ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଆଜି ଗଂଜାମ ଜିଲ୍ଲାର ସମସ୍ତ ସରପଞ୍ଚମାନଙ୍କ ସହିତ କଥା ହୋଇଛନ୍ତି । ସଂଗରୋଧ କେନ୍ଦ୍ରର ପରିଚାଳନାରେ ନେତୃତ୍ୱ ନେଇ ସରପଞ୍ଚମାନଙ୍କ ସହିତ କଥା ହେବା ସମୟରେ କରୋନା ମୁକାବିଲା ପାଇଁ କ’ଣ କରାଯାଇପାରିବ ସେ ନେଇ ପାଣ୍ଡିଆନ୍ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଜିଲ୍ଲାର ସମସ୍ତ କରୋନା ଆକ୍ରାନ୍ତ ରାଜ୍ୟ ବାହାରୁ ଫେରିଛନ୍ତି । ତେଣୁ ସରପଞ୍ଚମାନେ ବ୍ୟସ୍ତ ବିବ୍ରତ ନହୁଅନ୍ତୁ । ସଂଗରୋଧ କେନ୍ଦ୍ରରେ ଶୃଙ୍ଖଳା ରଖିବାରେ ସରପଞ୍ଚମାନଙ୍କ ବଡ଼ ଭୂମିକା ରହିଛି । କିନ୍ତୁ କରୋନା ବିରୋଧୀ ଲଢ଼େଇର ପରିଣାମ ଏହା ଉପରେ ନିର୍ଭର କରୁଛି ।

ସୂଚନାଯୋଗ୍ୟ, ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯ ପହଂଚିଛି । ରାଜ୍ୟର ଅନ୍ୟ ଯେକୌଣସି ଜିଲ୍ଲା ତୁଳନାରେ ଗଂଜାମ ଜିଲ୍ଲାରେ ଦ୍ରୁତ ଗତିରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଜିଲ୍ଲାରେ ପ୍ରଥମ ଥର ପାଇଁ ଗତ ୩ ତାରିଖରେ ୨ ଜଣ ପୁରୁଷ ପଜିଟିଭ ଚିହ୍ନଟ ହୋଇଥିଲେ । ଗତକାଲି ଗୋଟିଏ ଦିନରେ ୪୩ ଜଣ ସଂକ୍ରମିତ ହୋଇଥିଲେ । ସେହିପରି ୭ ତାରିଖରେ ମଧ୍ୟ ୨୪ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ ।

ସମ୍ବନ୍ଧିତ ଖବର