ଆଇପିଏଲ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଗରେ ୨୦୧ ରନର ଲକ୍ଷ୍ୟ ରଖିଲା ଗୁଜରାଟ ଟାଇଟନ୍ସ

ଅହମଦାବାଦ: ଅହମଦାବାଦର ନରେନ୍ଦ୍ରମୋଦୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଗରେ ୨୦୧ ରନର ଲକ୍ଷ୍ୟ ରଖିଛି ଗୁଜରାଟ ଟାଇଟନ୍ସ ।

ଏହି ମ୍ୟାଚରେ ବେଙ୍ଗାଲାରୁ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଆରମ୍ଭରୁ ଋଦ୍ଧିମାନ ଶାହାଙ୍କ ଓ୍ବିକେଟ ହରାଇଥିଲେ । ସେ ମାତ୍ର ୫ ରନ କରି ଆଉଟ ହୋଇଥିଲେ । ସେହିପରି ଅନ୍ୟ ଓପନର ଶୁଭମନ ଗିଲ ମଧ୍ୟ ମାତ୍ର ୧୬ ରନ କରି ଆଉଟ ହୋଇଥିଲେ । ତେବେ ସାଇ ସୁଦର୍ଶନ ଓ ଶାହରୁଖ ଖାଁ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ସୁଦର୍ଶନ ଅପରାଜିତ ୮୪ ରନ କରିଥିବାବେଳେ ଶାହରୁଖ ୫୮ ରନ କରିଥିଲେ । ଡେଭିଡ୍ ମିଲର ମଧ୍ୟ ୧୯ ବଲ ଖେଳି ୨୬ ରନ କରିଥିଲେ । ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୨୦୦ ରନ କରିଥିଲା । ଏହା ଫଳରେ ବେଙ୍ଗାଲୁରୁ ଆଗରେ ବିଜୟ ପାଇଁ ୨୦୧ରନର ଲକ୍ଷ୍ୟ ରହିଛି ।

ଆରସିବି ପକ୍ଷରୁ ଗ୍ଲେନ ମାକ୍ସଓ୍ବେଲ, ସ୍ବପ୍ନିଲ ସିଂ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର