ବୌଦ୍ଧ: ପୋଲ ତଳକୁ ଖସିଲା ବୋଲେରୋ, ୪ ଆହତ

ବୌଦ୍ଧ: ଆଜି ସକାଳେ ବୌଦ୍ଧ ଜିଲ୍ଲା ବୌଦ୍ଧ ଥାନା ଅନ୍ତର୍ଗତ ଗମ୍ଭାରିପଦର ନିକଟରେ ଥିବା ଏକ ପୋଲ ଉପରୁ ଏକ ବୋଲେରୋ ଗାଡ଼ି ତଳକୁ ଖସି ପଡ଼ିଛି। ଫଳରେ ଗାଡ଼ିିରେ ଥିବା ୪ ଜଣ ଆହତ ହୋଇଛନ୍ତି। ତେବେ ସମସ୍ତ ଆହତଙ୍କ ଅବସ୍ଥା ଭଲ ଥିବା ଜଣାପଡ଼ିିଛି।
ମିଳିଥିବା ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳର ଏକ ପରିବାରର ୪ ଜଣ ଲୋକ ଏକ ବୋଲେରୋ ଯୋଗେ ଜଣେ ରୋଗୀଙ୍କୁ ନେଇ କଟକ ବଡ଼ ଡାକ୍ତରଖାନାକୁ ଯାଉଥିଲେ। ଆଜି ଭୋର ପ୍ରାୟ ସାଢ଼େ ୫ଟା ବେଳେ ଏହି ବୋଲେରୋଟି ବୌଦ୍ଧ ସହରର ଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଗମ୍ଭାରିପଦର ପୋଲ ଉପରୁ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା। ଖବର ପାଇ ପୁଲିସ ଓ ସ୍ଥାନୀୟ ଲୋକେ ପହଞ୍ଚି ବୋଲେରୋରେ ଥିବ ଯାତ୍ରୀମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ

ସମ୍ବନ୍ଧିତ ଖବର