ଅସଦାଚରଣ ଅଭିଯୋଗରେ ଜଣେ ଗିରଫ

ଜୟପୁର: ଜୟପୁର ସଦର ଥାନା ଅନ୍ତର୍ଗତ ବାଙ୍କବିଜା ଗ୍ରାମରେ ଜଣେ ମହିଳାଙ୍କୁ ଅସଦାଚରଣ ନେଇ ଗାଗନାପୁର ଫାଣ୍ଡିରେ ଅଭିଯୋଗ ହୋଇଛି। ବାଙ୍କବିଜା ଗ୍ରାମର ପୂର୍ଣ୍ଣ ପରଜା(୪୦) ଗତ ୧୯ ତାରିଖ ଦିନ ଉକ୍ତ ଗ୍ରାମର ଧନୁର୍ଜ୍ୟୟ ପରଜା(୪୨)ଙ୍କୁ ରାତିରେ ଗାଳିଗୁଲଜ କରିଥିଲେ। ଏଥିସହ ଧନୁର୍ଜ୍ୟୟକୁ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ। ଏହାପରେ ଉକ୍ତ ଗ୍ରାମରେ ଚୈତ୍ରପରବ ଚାଲିଥିବା ସମୟରେ ତାଙ୍କ ଗ୍ରାମର ସୁକଳ ଦେଈ ପରଜାଙ୍କୁ ଗଳିଗୁଲଜ କରିବା ସହ ପୂର୍ଣ୍ଣ ଦୁର୍ବ୍ୟବହାର କରିଥିଲେ। ସୁକଳ ଓ ଧନୁର୍ଜ୍ୟୟ ପରଜା ଦୁହେଁ ଦୁର ସମ୍ପର୍କୀୟ ହୋଇଥିବାରୁ ପୂର୍ଣ୍ଣ ଏମିତି କରିଥିବା ଅଭିଯୋଗ ହୋଇଛି। ପୂର୍ବରୁ ବି ପୂର୍ଣ୍ଣ ନାଁରେ ଅନୁରୂପ ଅଭିଯୋଗ ଦେଇଥିଲେ ଧନୁର୍ଜ୍ୟୟ। ଆଜି ପୁଣି ଜୀବନ ପ୍ରତି ବିପଦ ଥିବା ନେଇ ଗାଗନାପୁର ଫାଣ୍ଡିରେ ମାମଲା ଦେଇଥିବା ଫାଣ୍ଡି ଅଧିକରୀ କବିରାଜ ସାହୁ ଜଣାଇଛନ୍ତିା ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର