ନୀଳଗିରି: କାର ଧକ୍କାରେ ନାବାଳିକା ମୃତ

ନୀଳଗିରି: ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ନୀଳଗିରି ଥାନା ଅନ୍ତର୍ଗତ ଆମ୍ବୁଡ଼ିହା ଛକ ନିକଟରେ ଏକ କାର ଧକ୍କାରେ ଜଣେ ଅଙ୍ଗନବାଡ଼ି ଛାତ୍ରୀଙ୍କର ମୃତ୍ୟୁ ଘଟିିଛି। ଏହାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରି ଏହାର ଡ୍ରାଇଭରଙ୍କୁ ଅଟକ ରଖିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଆମ୍ବୁଡିହା ଗ୍ରାମର ମକାରୁ ସିଂହଙ୍କ ୭ ବର୍ଷର ଝିଅ ବର୍ଷା ରାସ୍ତା ପାର ହେଉଥିବା ବେଳେ ଦୃତଗତିରେ ଆସୁଥିବା ଓଡି ୦୧ ଡବ୍ଲ୍ୟୁ ୬୬୩୩ ନମ୍ବର ବିଶିଷ୍ଟ ଏକ ହୁଣ୍ଡାଇ କାର ଦୃତଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ବର୍ଷାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ପୁଲିସ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରି ଡ୍ରାଇଭର ସତ୍ୟବ୍ରତ ଦାସଙ୍କୁ ଥାନାରେ ଅଟକ ରଖିଛି।

ସମ୍ବନ୍ଧିତ ଖବର