ନୂଆପଡ଼ା: ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ନୂଆପଡ଼ା: ଆଜି ସକାଳେ ନୂଆପଡ଼ା ଜିିଲ୍ଲା ଏସପି ଙ୍କ ନିକଟରେ ଜଣେ ମହିଳା କ୍ୟାର୍ଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ମାଓ ସଙ୍ଗଠନ ଭିତରେ ଛତିଶଗଡ଼ ଓ ତେଲେଙ୍ଗା ମାଓବାଦୀଙ୍କ ତୁଳନାରେ ଓଡ଼ିଆ ମାଓବାଦୀଙ୍କୁ ହୀନ ଦୃଷ୍ଟିରେ ଦେଖା ଯାଉଥିବା ଓ ତାଙ୍କୁ ଜୋର ଜବରଦସ୍ତ ମାଓବାଦୀ ସଙ୍ଗଠନରେ ସାମିଲ କରାଯାଇଥିବାରୁ ସେ ଏଥିରେ ବିତସ୍ପୃହ ହୋଇ ମାଓବାଦୀ ସଙ୍ଗଠନ ଛାଡ଼ିଥିବା ମହିଳା ମାଓବାଦୀ ଜଣକ କହିଛନ୍ତି। ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀଜଣକ ହେଉଛନ୍ତି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ ଅନ୍ତର୍ଗର୍ତ କୁନ୍ଦଝରି୍ରା ଗାଁର ଡାଲମତି ପହଁରିଆ।
ଏସପି ସ୍ମିତ ପି ପରମାରଙ୍କ କାର୍ଯ୍ୟାଳୟରେ ଆଜି ସକାଳେ ମହିଳା ମାଓବାଦୀ ଡାଲମତି ପହଁରିଆ ଆତ୍ମସମର୍ପଣ କରିବାକୁ ପହଞ୍ଚିଥିଲେ। ପୂର୍ବରୁ ଓଡ଼ିଶା ସରକାର ତାଙ୍କ ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥଲେ। ସେ ମେନପୁର- ନୂଆପଡ଼ା ମାଓବାଦୀ ଡିଭିଜନରେ ଜଣେ କ୍ୟାର୍ଡର ମାଓବାଦୀ ଭାବେ କାର୍ଯ୍ୟ କରୁଥଲେ। ତେବେ ସରକାରୀ ନିୟମ ଅନୁଯାୟୀ ଡାଲମତିଙ୍କୁ ଥଇଥାନ କରାଯିବ ବୋଳି ଏସପି ସ୍ମିତ ପ ି ପରମାର କହିଛନ୍ତି।

ସମ୍ବନ୍ଧିତ ଖବର