ନିଜର ନୂଆ ଫିଲ୍ମ ପାଇଁ କରଣ ବନାଉଛନ୍ତି ୧୫ କୋଟିର ସେଟ୍‌ ! ମୁମ୍ବାଇରେ ସୃଷ୍ଟିହେବ ଦିଲ୍ଲୀର ଭ୍ରମ

ମୁମ୍ବାଇ : ବଲିଉଡ଼୍‍ର ଜଣାଶୁଣା ପ୍ରଯୋଜକ କରଣ ଜୋହର୍‌ ଏବେ ତାଙ୍କର ନୂଆ ସିନେମା ‘କଲଙ୍କ୍‌’ର ନିର୍ମାଣ ପାଇଁ କରିଛନ୍ତି ଏକ ବଡ଼ ଘୋଷଣା। ପ୍ରଥମେ ତ ଏହାର ଷ୍ଟାରକାଷ୍ଟକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା।

‘କଲଙ୍କ୍‌’ରେ ଏବେ ସଂଜୟ ଦତ୍ତ,ମାଧୁରୀ ଦୀକ୍ଷିତ,ବରୁଣ ଧଓ୍ଵନ୍‌,ଆଲିଆ ଭଟ୍ଟ,ଆଦିତ୍ୟ ରୟ କପୁର ଓ ସୋନାକ୍ଷୀ ସିହ୍ନା ପ୍ରମୁଖ ମୁଖ୍ୟ ଚରିତ୍ରରେ ନଜର ଆସିବେ। ଏହାର ପ୍ରଥମ ଟାଇଟଲ୍‌ ଥିଲା ‘ସିଦ୍ଦତ୍‌’ । ଏଥିରେ ସଂଜୟ ଦତ୍ତଙ୍କ ଅପୋଜିଟ୍‌ରେ ଶ୍ରୀଦେବୀ କାମ କରିବାର ଥିଲା,ହେଲେ ଶ୍ରୀଦେବୀଙ୍କ ମୃତ୍ୟୁପରେ ଏଥିରେ ମାଧୁରୀଙ୍କୁ ନିଆଯାଇଛି।
ସଂଜୟ ଦତ୍ତ ଓ ମାଧୁରୀ ଦୀକ୍ଷିତଙ୍କ ଯୋଡ଼ିକୁ ନେଇ ବଲିଉଡ଼୍‍ରେ ବେଶ୍‌ ହଲଚଲ୍‌ ଲାଗି ରହିଛି । ଏହି ଫିଲ୍ମ ୨୦୧୯ ଏପ୍ରିଲ୍‌ ୧୯ ତାରିଖରେ ରିଲିଜ୍‌ ହେବାକୁ ଥିବା ବେଳେ ଏହାର ନିର୍ଦ୍ଦେଶନା ଦେଉଛନ୍ତି ଅଭିଷେକ ବର୍ମନ୍‌।

Sirf News

ନିର୍ମାତା କରଣ ଜୋହର ‘କଲଙ୍କ୍‌’ର ସୁଟିଂ ପାଇଁ ୧୫ କୋଟି ଟଙ୍କା ବ୍ୟୟରେ ଏକ ବଡ଼ ସେଟ୍‌ ନିର୍ମାଣ କରୁଛନ୍ତି। କରଣ ପୁରୁଣା ଦିଲ୍ଲୀ ସଦୃଶ ଏକ ସେଟ୍‌ ତିଆରି କରୁଛନ୍ତି। ପ୍ରଡ଼କସନ୍‌ ଡ଼ିଜାଇନର୍‌ ଅମୃତା ମହଲ ଏହି ସେଟ୍‌ ନିର୍ମାଣ କାର୍ଯ୍ୟର ଦାୟିତ୍ୱ ନେଇଛନ୍ତି।
‘କଲଙ୍କ୍‌’ହେଉଛି ୧୯୪୦ ମସିହାର କଥାବସ୍ତୁ ଉପରେ ଆଧାରିତ। ଏହାର ମୂଳ ଆଧାର ହେଉଛି ଭାରତ-ପାକ୍‌ ବିଭାଜନ। କରଣ ଜୋହର୍‌ ଏହି ସେଟ୍‌ ଫିଲ୍ମ ସିଟିରେ ତିଆରି କରୁଛନ୍ତି। ଯେପରି ଏହି ସେଟ୍‌ର ଡ଼ିଜାଇନ୍‌ ଲିକ୍‌ ନ ହୁଏ, ସେଥିପ୍ରତି ବି ସତର୍କ ଦୃଷ୍ଟି ଦିଆଯାଇଛି।

ସମ୍ବନ୍ଧିତ ଖବର