ବିଦ୍ୟା ବାଲନଙ୍କ ବୟାନ: ଯଦି ଲୋକମାନଙ୍କୁ ସବୁବେଳେ ‘ଡର୍ଟି ପିକ୍‌ଚର’ ଭଳି ଫିଲ୍ମ ଦେଖିବାର ଅଛି, ସେଥିରେ ଖରାପ କ’ଣ?

ମୁମ୍ବାଇ : ଗତକାଲି ଅନ୍ତର୍ଜାତୀୟ ମହିଳା ଦିବସ ଥିବା ବେଳେ ଏହି ଅବସରରେ ସାରା ବିଶ୍ୱରେ ମହିଳାମାନଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରତିଟି କ୍ଷେତ୍ରରେ ମହିଳାମାନଙ୍କୁ ସମ୍ମାନ ଜଣାଇବା ପାଇଁ ସେମାନେ ହାସଲ କରିଥିବା ସଫଳତାକୁ ସମ୍ମାନ ଦିଆ ଯାଇଥିଲା । ତେବେ ଏହି ଅବସରରେ ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲନ୍‌ ନିଜ ଫିଲ୍ମ ‘ଡର୍ଟି ପିକ୍‌ଚର’କୁ ନେଇ ନିଜର ମତ ରଖିଥିଲେ । ଫିଲ୍ମ ରିଲିଜ୍‌ ହେବା ପରେ ଦର୍ଶକଙ୍କ ମଧ୍ୟରେ ତାଙ୍କ ଇମେଜ୍‌ କିଭଳି ଥିଲା ସେ ବିଷୟରେ କହିଥିଲେ ବିଦ୍ୟା ।

The Indian Express

ସୂଚନା ମୁତାବକ, ଫିଲ୍ମ ‘ଡର୍ଟି ପିକ୍‌ଚର’ ଦକ୍ଷିଣୀ ସିନେ ଅଭିନେତ୍ରୀ ସିଲ୍‌କ ସ୍ମିତାଙ୍କ ଜୀବନ କାହାଣୀକୁ ନେଇ ତିଆରି କରାଯାଇଥିଲା । ଫିଲ୍ମରେ ବିଦ୍ୟାଙ୍କ ବୋଲ୍‌ଡ ଅନ୍ଦାଜ ଦେଖିବାକୁ ମିଳିଥିବା ବେଳେ ଫିଲ୍ମ ରିଲିଜ୍‌ ପରେ ବିଦ୍ୟା କେବଳ ଏଭଳି ଚରିତ୍ର ପାଇଁ ଠିକ୍‌ ବୋଲି ଲୋକେ କହିବାକୁ ଲାଗିଥିଲେ । ଫିଲ୍ମରେ ଥିବା ନିଜ ଚରିତ୍ର ବିଷୟରେ କହିବାକୁ ଯାଇ, “ଲୋକେ ମୋତେ ସିଲ୍‌କ ଆଗକୁ ବଢ଼ିବା ପାଇଁ ନିଜ ଶରୀରର ବ୍ୟବହାର କରିଥିଲେ । ତୁମେ ମଧ୍ୟ ତାହା କରୁଛ” ବୋଲି କହିଥିଲେ । ମୁଁ କହିଥିଲି, “ଯଦି ଏଭଳି ଜିନିଷ ଦେଖିବା ପାଇଁ ତୁମେ ସିନେମା ଘରକୁ ଆସୁଛ । ତେବେ ମୋତେ ଏଭଳି ଦୃଶ୍ୟ କରିବାରେ କୌଣସି ଅସୁବିଧା ନାହିଁ । କାରଣ ସିନେମା ଘରକୁ ଆସିବା ପରେ ହିଁ ଜଣେ ଜଣଙ୍କ କାହାଣୀ ଦେଖି ପାରିବ ଏବଂ ବୁଝି ପାରିବ” ।

ସମ୍ବନ୍ଧିତ ଖବର