ଏହି ବିଜ୍ଞାପନ ଜରିଆରେ ସାମ୍ନାକୁ ଆସିଲା ଅନୁଷ୍କା ଓ ବିରାଟଙ୍କ ଅନାବିଳ ସମ୍ପର୍କ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ବିଭିନ୍ନ ଘଟଣାକୁ ନେଇ ଚର୍ଚ୍ଚାର ପରିସରରେ ରହିଥାଆନ୍ତି। ଅଫିସିଆଲି ଭାବେ ସେମାନଙ୍କର ସଂପର୍କ ବିଷୟରେ କେବେହେଲେ ଦୁହେଁ ଏଯାବତ୍‌ ସାର୍ବଜନୀନ କରିନାହାଁନ୍ତି । ଗଣମାଧ୍ୟମ ଯେତେବେ ବିରାଟ ଓ ଅନୁଷ୍କାଙ୍କୁ ସେମାନଙ୍କ ସମ୍ପର୍କ ବିଷୟରେ ପଚାରନ୍ତି ସେମାନେ କିଛି ନା କିଛି ବାହାନା କରି ସେ ପ୍ରଶ୍ନକୁ ଅଣଦେଖା କରିଦେଇ ଥାଆନ୍ତି। ସାମାଜିକ ଉତ୍ସବ ଓ ଛୁଟି କଟା ଆଦିରେ ଅନୁଷ୍କା ଓ ବିରାଟଙ୍କ ଫଟୋ ଓ ଭିଡିଓ ଦେଖି ଦୁହିଁଙ୍କ ମଧ୍ୟରେ ନିବିଡ ପ୍ରେମରେ ଅଛି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।

ସୋମବାର ଦିନ ଦୁହିଁଙ୍କର ଏକ ସଦ୍ୟ ଫଟୋ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ଅଭିଷେକ ବର୍ମନ ନିର୍ଦ୍ଦେଶିତ ମାନ୍ୟବର ଏକ ଜ୍ଞାପନରେ ଦୁହେଁ ଏକାଠି କାମ କରିଛନ୍ତି । ଯାହା ଦୀପାବଳି ପୂର୍ବଦିନ ରିଲିଜ୍‌ ହେବାକୁ ଯାଉଛି । ତେବେ ଏହି ବିଜ୍ଞାପନ ଫଟୋରେ ଦୁହିଁଙ୍କୁ ଦେଖିଲେ ଗଭୀର ସଂପର୍କ ଅଛି ବୋଲି ବେଶ୍‌ ସୂଚାଇଦେଉଛି।

ଆଉ ମଧ୍ୟ କିଛି ରୋଚକ ତଥ୍ୟ ବିରାଟ କୋହଲି ଓ ଅନୁଷ୍କା ମଧ୍ୟରେ ଏବେ ଭାଇରାଲ ସାଜିଛି । ଜୀ ଟେଲିଭିଜନର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସୁପରଷ୍ଟାର ଆର୍ମି ଖାନଙ୍କ ପ୍ରଶ୍ନର ଉତ୍ତର ଦେଇ କୋହଲିଙ୍କୁ କହିଥିଲେ , ଅନୁଷ୍କାଙ୍କୁ ବହୁ ଦିନଧରି ଜାଣିଛି, ତାଙ୍କ ସହ କାମ ବି କରିଛି କିନ୍ତୁ ମୁଁ ଜାଣିବାକୁ ଚାହୁଁଛି ତାଙ୍କର କେଉଁ ଗୁଣକୁ ତୁମେ ଅଧିିକ ପସନ୍ଦ କର ?

କୋହଲି ଏ ପ୍ରଶ୍ନର ଉତ୍ତର ଅତି ଉତ୍ସାହ ସହ କହିଥିଲେ , ଅନୁଷ୍କାଙ୍କର ସବୁଠୁ ଭଲ ଗୁଣ ହେଲା ସାଧୁତା । ସେଥିପାଇଁ ମୁଁ ତାଙ୍କୁ ବହୁତ ଭଲପାଏ । ଆଉ ତାଙ୍କ ଠାରୁ ବହୁତ କିଛି ଶିଖିବାକୁ ମଧ୍ୟ ମିଳିଛି।

ସମ୍ବନ୍ଧିତ ଖବର