ମୋଦି ସରକାରଙ୍କ ଏକ ଲକ୍ଷକୋଟି ଟଙ୍କାର ସାମାଜିକ ସୁରକ୍ଷା ଯୋଜନା: ସବୁ ଶ୍ରେଣୀର ଆର୍ଥିକ ଦୁର୍ବଳଙ୍କ ଲାଗି ପେନସନ୍‌ ଓ ଭତ୍ତା

ନୂଆଦିଲ୍ଲୀ: ମୋଦି ସରକାର ଗରିବଙ୍କ ପାଇଁ ଏକ ଲକ୍ଷ କୋଟି ଟଙ୍କାର ସାମାଜିକ ସୁରକ୍ଷା ଯୋଜନାର ରୂପରେଖ କିଭଳି ହେବ ମଙ୍ଗଳବାର ତାହା ଘୋଷଣା କରିଛନ୍ତି। ଏହି ଯୋଜନା ଜରିଆରେ ଦେଶର ପାଖାପାଖି ୨୦ ପ୍ରତିଶତ ଗରିବଙ୍କୁ ସାର୍ବଜନୀନ ସାମାଜିକ ସୁରକ୍ଷା ବଳୟ (ୟୁନିଭର୍ସାଲ ସୋସିଆଲ ସିକ୍ୟୁରିଟି କଭରେଜ) ଭିତରକୁ ଅଣାଯାଇ ପାରିବ।

ସୂଚନାଯୋଗ୍ୟ, ଶ୍ରମ ମନ୍ତ୍ରାଳୟ ଦ୍ୱାରା ସରକାରଙ୍କର ଏହି ମହତ୍ତ୍ୱାକାଂକ୍ଷୀ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଯୋଜନାକୁ ତିନିଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ଏଥିରେ ପାଖାପାଖି ୨୦ ପ୍ରତିଶତ ଗରିବଙ୍କୁ ସାମିଲ କରାଯାଇଛି। ଯାହାଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା ସୂଚନା ମିଳିଛି। ଏଥିସହିତ ଚାକିରିଆ ଓ ଚାଷୀ ବି ଏହି ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି।

ଏହି ନୂତନ ପଲିସି ସୋସିଆଲ ସିକ୍ୟୁରିଟି କୋଡର ଏକ ଅଂଶବିଶେଷ , ଯାହାକି ଦେଶରେ ଉପଲବ୍ଧ ଥିବା ୧୭ଟି ସରକାରୀ ସୁରକ୍ଷା ଯୋଜନାର ସ୍ଥାନ ନେବ। ଶ୍ରମ ମନ୍ତ୍ରାଳୟ ଏହି ପ୍ରସ୍ତାବକୁ ସମୀକ୍ଷା ଓ ଅର୍ଥ ଯୋଗାଣ ପାଇଁ ଖୁବ୍‌ ଶୀଘ୍ର ଅର୍ଥ ମନ୍ତ୍ରାଳୟଙ୍କୁ ପଠାଇବ। ଏହା ସରକାରଙ୍କ ସାମାଜିକ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଧରାଯାଉଛି।

ଶ୍ରମ ମନ୍ତ୍ରାଳୟର ପ୍ରସ୍ତାବ ଅନୁସାରେ ଏହି ଯୋଜନାରେ ଦୁଇଟି ମାଧ୍ୟମରେ ଉପଲବ୍ଧ କରାଯିବ। ପ୍ରଥମତଃ ପେନସନ୍‌ ଓ ମାତୃତ୍ୱ ସୁରକ୍ଷା ରାଶି ପ୍ରଦାନ କରାରିବା ସହ ଦ୍ୱିତୀୟ ମାଧ୍ୟମ ଭାବେ ଚିକିତ୍ସା ଖର୍ଚ୍ଚ ଓ ବେକାରି ଭତ୍ତା ପ୍ରଦାନ ସାମିଲ ରହିଛି।

ସମ୍ବନ୍ଧିତ ଖବର