ପକ୍ଷୀ ମଡ଼କ : ସଂକ୍ରମଣ ଯୋଗୁଁ ମଲେଣି ୧୦୦୦ରୁ ଅଧିକ ବିଦେଶାଗତ ପକ୍ଷୀ

ଜୟପୁର: ରାଜସ୍ଥାନରେ ଥିବା ସମ୍ଭାର ହ୍ରଦରେ ଏବେ ପକ୍ଷୀ ମଡ଼କ ଦେଖିବାକୁ ମିଳିଛି | ବହୁ ସଂଖ୍ୟାରେ ପକ୍ଷୀଙ୍କର ମୃତ୍ୟୁ ହୋଇଥିବାବେଳେ ଏହି ଖବର ପାଇ ବନବିଭାଗ ଓ ସ୍ବେଛାସେବୀ ସଂଗଠନ ପହଂଚି କାରଣ ଜାଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି | ଜୟପୁରରୁ ମେଡିକାଲ ଟିମ ପହଂଚି ମୃତ ପକ୍ଷୀଙ୍କର ନମୁନା ସଂଗ୍ରହ କରି ଲୁଧିଆନା ଓ ଭୋପାଳକୁ ପଠାଇଛି |

୪ରୁ ୫ ଦିନ ମଧ୍ୟରେ ରିପୋର୍ଟ ଆସିବା ପରେ କେଉଁ ରୋଗରେ ଏହି ପକ୍ଷୀଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇଯିବ | ତେବେ ସଂକ୍ରମଣ ଯୋଗୁଁ ପକ୍ଷୀଙ୍କର ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି | ମିଳିଥିବା ସୂଚନା ମୁତାବକ ୧୫ ଦିନ ଧରି ଲଗାତାର ପକ୍ଷୀଙ୍କର ମୃତ୍ୟୁ ହେବାରେ ଲାଗିଛି | ପାଖାପାଖି ୧୫ ପ୍ରଜାତିର ୧୦୦୦ରୁ ଉର୍ଦ୍ଧ୍ବ ପକ୍ଷୀଙ୍କର ମୃତ୍ୟୁ ହୋଇଗଲାଣି |

ରିଂଗୁ ଫ୍ଲେଭର, କେଂଟିସ ଫ୍ଲେଭର, ଟିନିପି ଫ୍ଲେଭର, ବ୍ଲକ ଟେଲ ଷ୍ଟିଲଟ ପ୍ରଜାତିର ପକ୍ଷୀଙ୍କର ମୃତ୍ୟୁ ଘଟିଛି | ଅତିରିକ୍ତ ବନ ସଂରକ୍ଷକ ସଞ୍ଜୟ କୌଶିକ କହିଛନ୍ତି ଯେ କୌଣସି ଏକ ପକ୍ଷୀକୁ ବାର୍ଡ଼ ଫ୍ଲୁ ହୋଇଛି | ଯେଉଁଥିପାଇଁ ଏହା ସଂକ୍ରମିତ ହୋଇ ଅନ୍ୟ ପକ୍ଷୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବାର ସନ୍ଦେହ ହେଉଛି |

ସମ୍ବନ୍ଧିତ ଖବର