ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଧାରକୁ ଠିକଣା ପ୍ରମାଣପତ୍ର ଭାବେ ବ୍ୟବହାର କରିହେବ

ନୂଆଦିଲ୍ଲୀ : ଏଣିକି ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦେନ ବେଳେ ‘ଆଧାର’କୁ ବୟସ ଓ ଠିକଣା ପ୍ରମାଣପତ୍ର ଭାବେ ବ୍ୟବହାର କରାଯାଇପାରିବ । ଡ୍ରାଇଭିଂ ଲାଇସେନ୍ସ ଆବେଦନ ସଂକ୍ରାନ୍ତରେ ଥିବା ପ୍ରସ୍ତାବିତ ସଂଶୋଧିତ ନିୟମାବଳୀରେ ଏହି ବ୍ୟବସ୍ଥା ରହିଥିବା ଜଣାଯାଇଛି । କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଏହି ଚିଠା ସଂଶୋଧିତ ନିୟମାବଳୀ ପ୍ରସ୍ତୁତ କରାଯାଇଛି । କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ ୧୯୮୯ରେ ଥିବା ଡ୍ରାଇଭିଂ ଲାଇସେନ୍ସ ନିୟମାବଳୀରେ ଏହି ସଂଶୋଧନ ଅଣାଯାଉଛି । ଏବେ ଏହି ଚିଠାକୁ ଆଇନ ମନ୍ତ୍ରଣାଳୟର ସମୀକ୍ଷା ପାଇଁ ପଠାଯାଇଛି । ଆଇନ ମନ୍ତ୍ରାଳୟର ମଂଜୁରୀ ପରେ ଏହାକୁ କ୍ୟାବିନେଟ ମଜୁରୀ ପାଇଁ ପଠାଯିବ ।

ସମ୍ବନ୍ଧିତ ଖବର