ତେଲେଙ୍ଗାନା ବିଧାନସଭା ଭାଙ୍ଗିବାକୁ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ସୁପାରିସ

ହାଇଦ୍ରାବାଦ: ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ବିଧାନସଭା ଭଙ୍ଗ କରିବା ପାଇଁ ରାଜ୍ୟପାଳଙ୍କୁ ସୁପାରିସ କରିଛନ୍ତି। ତେଲେଙ୍ଗାନା ବିଧାନସଭାର କାର୍ଯ୍ୟକାଳ ପୂରିବାକୁ ଆହୁରି ୯ ମାସ ବାକି ଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଶକର ରାଓ ବିଧାନସଭା ଭଙ୍ଗ ପାଇଁ ସୁପାରିସ କରି ରାଜ୍ୟରେ ଆଗୁଆ ନିର୍ବାଚନ ପାଇଁ ରାସ୍ତା ପରିଷ୍କାର କରିଛନ୍ତି।

ଆଜି ସକାଳେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଅଧ୍ୟକ୍ଷତାରେ ତେଲେଙ୍ଗାନା ରାଜ୍ୟ ସରକାରଙ୍କ କ୍ୟାବେିନେଟ୍‌ ବୈଠକ ବସିଥିଲା । ବୈଠକରେ ବିଧାନସଭା ଭଙ୍ଗ କରିବା ପାଇଁ ସଙ୍କଳ୍ପ ଗୃହୀତ ହୋଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ରାଜଭବନ ଯାଇ ରାଜ୍ୟପାଳ  ଇଏସଏଲ ନରସିମ୍‌ହାଙ୍କୁ ଭେଟି ମନ୍ତ୍ରିମଣ୍ଡଳର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ବିଧାନସଭା ଭଙ୍ଗ କରି ସାନି ନିର୍ବାଚନ ପାଇଁ ପଦକ୍ଷେପ ନେବାକୁ ସୁପାରିସ କରିଛନ୍ତି।


ସୂଚନାଯୋଗ୍ୟ ଯେ କଂଗ୍ରେସ ଦଳ ଆଗୁଆ ବିଧାନସଭା ନିବାଚନ କରିବାକୁ ବିରୋଧ କରୁଛି। କଂଗ୍ରେସ ପକ୍ଷରୁ କୁହାଯାଇଛିି ଯେ ଯଦି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବିଧାନସଭା ଭଙ୍ଗ ପାଇଁ ସୁପାରିଶ କରନ୍ତି, ତେବେ ଏହାର ପ୍ରତିବାଦରେ କଂଗ୍ରେସ ଦଳ କୋର୍ଟର ଦ୍ୱାରସ୍ଥ ହେବ।

ସମ୍ବନ୍ଧିତ ଖବର