ଆକ୍ସନ ମୁଡ଼ରେ ସିବିଆଇ,ତିନିଦିନରେ ଜବତ କଲାଣି ଲକ୍ଷାଧିକ ଟଙ୍କା

ନୂଆଦିଲ୍ଲୀ: କଳାଧନ ଉପରେ ଏବେ ସିବିଆଇ କଡା କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି | ଗତ ତିନିଦିନ ମଧ୍ୟରେ ଦେଶ ସାରା ଚଢ଼ାଉ କରି ଦୁର୍ନୀତି ମାମଲାରେ ସିବିଆଇ ଅନେକଙ୍କୁ ଗିରଫ କରିଥିବାବେଳେ ଲକ୍ଷାଧିକ ଟଙ୍କା ଜବତ କରିଛି | ସିବିଆଇ ଏ ପର୍ଯ୍ୟନ୍ତ ୧୯ଟି ରାଜ୍ୟରେ ଚଢ଼ାଉ କରି ବ୍ୟବସାୟିକ ପ୍ରତିଷ୍ଠାନ, ଶିଳ୍ପପତିଙ୍କ ଘର, ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ଘରେ ଚଢ଼ାଉ କରିଛି |

Image Source: Zee News

ମିଳିଥିବା ସୂଚନା ମୁତାବକ କେନ୍ଦ୍ର ସରକାର ଭ୍ରଷ୍ଟାଚାର ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଇବାକୁ ଘୋଷଣା କରିଥିଲେ  | କେନ୍ଦ୍ର ସରକାର ଏହି ନୀତିକୁ କାର୍ଯ୍ୟକାରି କରାଇ ଆୟକର ବିଭାଗର ପ୍ରାୟ ୨୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ମଧ୍ୟ ଦେଇଛନ୍ତି | ତିନିଦିନ ମଧ୍ୟରେ ସିବିଆଇ ପକ୍ଷରୁ ୧୯ଟି ରାଜ୍ୟର ୧୧୦ଟି ସ୍ଥାନରେ ଚଢ଼ାଉ କରାଯାଇଥିବାବେଳେ ୫୯ ଲକ୍ଷ ଟଙ୍କା ଜବତ କରାଯାଇଥିଲା |

ସେହିପରି ୩୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି | ଏହି ଚଢ଼ାଉ ସମୟରେ ବିଏସପି ପ୍ରମୁଖ ମାୟାବତୀଙ୍କ ପୂର୍ବତନ ସଚିବ ନେତରାମ, ସୁପ୍ରିମକୋର୍ଟର ପୂର୍ବତନ ୨ ଓକିଲଙ୍କ ସହ ଦିଲ୍ଲୀର ଜଣେ ଏନଜିଓ ମାଲିକ ଦୀପକ ତଲଵାର ପ୍ରମୁଖଙ୍କ ଘରେ ଚଢ଼ାଉ କରିଥିଲା |

ସମ୍ବନ୍ଧିତ ଖବର