କୋଭିଡ୍-୧୯ ଜନିତ ମୃତ ବ୍ୟକ୍ତିଙ୍କ ପାଇଁ ଆଜି ରାଷ୍ଟ୍ରୀୟ ଶୋକ ପ୍ରକାଶ କରୁଛି ଚୀନ୍

ବେଜିଙ୍ଗ୍: କରୋନାଭାଇରସ୍ ସଂକ୍ରମଣ ଯୋଗୁଁ “ସହିଦ’ ହୋଇଥିବା ହଜାର ହଜାର ବ୍ୟକ୍ତି ଲାଗି ଶନିବାର ଦିନ ଚୀନ୍ ରାଷ୍ଟ୍ରୀୟ ଶୋକ ପ୍ରକାଶ କରୁଛି । ସେଥିପାଇଁ ଚୀନରେ ସମସ୍ତ ପ୍ରକାରର ମନୋରଞ୍ଜନ କାର୍ଯ୍ୟକ୍ରମ ବାତିଲ ହେବା ସହ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି ।

ଆଜି ମଧ୍ୟ ଚୀନରେ ଆରମ୍ଭ ହେଉଛି ବାର୍ଷିକ “କ୍ୱିଙ୍ଗମିଙ୍ଗ ସାମାଧି-ସମାର୍ଜ୍ଜନ ଉତ୍ସବ’ । ଆଜି ଠାରୁ ଅସୁମାରି ଚୀନ୍ ପରିବାର ସେମାନଙ୍କର ପୂର୍ବଜମାନଙ୍କ ସମ୍ମାନାର୍ଥେ ସମାଧିସ୍ଥଳ ଓଳାଇ ପରିଷ୍କାର କରନ୍ତି ।

Image Source: Reuters India

କରୋନାଭାଇରସ୍ ସଂକ୍ରମଣରେ ମୃତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଏବଂ ନାଗରିକମାନଙ୍କ ଉଦ୍ଦ୍ୟେଶ୍ୟରେ ଚୀନ୍ ବେଜିଙ୍ଗ୍ ସମୟ ସକାଳ ୧୦ଟା ବେଳେ ୩ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରିବ । ଏତିକି ବେଳେ କାର୍, ଟ୍ରେନ୍ ଏବଂ ଜାହାଜ ସବୁ ହର୍ଣ୍ଣ ବଜାଇବେ ଏବଂ ବିମାନ ଆକ୍ରମଣ ସାଇରନ୍ ମଧ୍ୟ ବାଜି ଉଠିବ ।

ଚୀନର ଜାତୀୟ ସ୍ୱାସ୍ଥ୍ୟ କମିସନଙ୍କ ତଥ୍ୟ ଅନୁସାରେ, ଗତବର୍ଷ କେନ୍ଦ୍ରୀୟ ହୁବେଇ ପ୍ରଦେଶରେ କୋଭିଡ୍-୧୯ ମହାମାରି ପ୍ରଥମେ ବାହାର ସଂକ୍ରମିତ ହୋଇ ଚାଲିବାରୁ ୩, ୩୦୦ରୁ ଅଧିକ ନାଗରିକଙ୍କର ମୃତ୍ୟୁ ଘଟିଥିଲା ।

ଶୁକ୍ରବାର ସୁଦ୍ଧା ମିଳିଥିବା ସଦ୍ୟ ତଥ୍ୟ ଅନୁସାରେ, ୧୯ ଜଣ ନୂଆ ସଂକ୍ରମିତଙ୍କ ସମେତ ଚୀନରେ କୋଭିଡ୍-୧୯ ସଂକ୍ରମିତଙ୍କ ସଂଖ୍ୟା ୮୧, ୬୩୯ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର