କଂଗ୍ରେସର ଦ୍ବିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ : ମହାରାଷ୍ଟ୍ରର ୫, ୟୁପିର ୧୬ ପ୍ରାର୍ଥୀଙ୍କ ନାମ ଘୋଷଣା

ନୂଆଦିଲ୍ଲୀ : କଂଗ୍ରେସ ଆଜି ୨୦୧୯ ଲୋକସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ୨୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏଥିରେ ମହାରାଷ୍ଟ୍ରର ୫ ଏବଂ ଉତ୍ତର ପ୍ରଦେଶର ୧୬ ଆସନ ରହିଛି। ୟୁପିରେ ଦଳର ବରିଷ୍ଠ ନେତା ରାଜ ବବ୍ବର ମୋରାଦାବାଦ ଆସନରୁ ଏବଂ ପୂର୍ବ କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରକାଶ ଜୟସ୍ବାଲ କାନପୁର ଆସନରୁ ଲଢ଼ିବେ। ଉତ୍ତର କେନ୍ଦ୍ରୀୟ ମୁମ୍ବାଇରୁ ପ୍ରିୟା ଦତ୍ତଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ଏବେ ଦୁଇଟି ପର୍ଯ୍ୟାୟ ତାଲିକାରେ ଉତ୍ତର ପ୍ରଦେଶର ୨୭ ଆସନର ପ୍ରାର୍ଥୀ ଚୟନ ସଂପୂର୍ଣ୍ଣ ହୋଇଥିବା ବେଳେ ଖୁବ୍‌ଶୀଘ୍ର ଆଉ ୨ଟି ପର୍ଯ୍ୟାୟରେ ୟୁପିର ସମସ୍ତ ନାମ ଘୋଷଣା ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର