ନେଟ୍‌ଓ୍ଵାର୍କ ଡାଉନ୍‌ ଥିବାରୁ ଲାଗିଲାନି ହେଲ୍‌ପଲାଇନ୍‌ ନମ୍ବର, ଆମ୍ବୁଲାନ୍ସକୁ ଅପେକ୍ଷା କରି ଚାଲିଗଲା ରୋଗୀଙ୍କ ଜୀବନ

ଫତେହବାଦ୍‌ : ସାଧାରଣ ଲୋକମାନଙ୍କୁ ଅସୁବିଧା ସମୟରେ ସାହାଯ୍ୟ କରିବା ପାଇଁ ସରକାର ବିଭିନ୍ନ ପ୍ରକାରର ହେଲ୍‌ପ ଲାଇନ୍‌ ନମ୍ବର ବ୍ୟବସ୍ଥା କରିଛନ୍ତି । କିନ୍ତୁ ଯଦି ଠିକ୍‌ ସମୟରେ ଏହା ଲୋକମାନଙ୍କ କାମରେ ନ ଆସେ, ତେବେ ତାହାର ପରିଣାମ କେତେ ଦୁଃଖଦାୟକ ହୋଇପାରେ ତାହା ହରିୟାଣାର ଫତେହବାଦ୍‌ରେ ଦେଖିବାକୁ ମିଳିଛି। ହେଲ୍‌ପଲାଇନ୍‌ ନମ୍ବର ନ ଲାଗିବାରୁ ଫତେହବାଦ୍‌ରେ ରହୁଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।

ସୂଚନା ମୁତାବକ, ୫୦ବର୍ଷୀୟ ଜଗ୍‌ଦୀଶ କୁମାରଙ୍କ ହଠାତ୍‌ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କ ପଡ଼ୋଶୀ ଭାରତ କୁମାର ଆମ୍ବୁଲାନ୍ସ ଡ଼କାଇବା ପାଇଁ ଜରୁରୀକାଳିନ ନମ୍ବରକୁ କଲ୍‌ କରିଥିଲେ । କିନ୍ତୁ ନମ୍ବରଟି ଲାଗି ନ ଥିଲା । ଯାହା ପରେ ବାଧ୍ୟ ହୋଇ ଭାରତ ଜଗ୍‌ଦୀଶଙ୍କୁ ଅଟୋରେ ଡ଼ାକ୍ତରଖାନା ନେଇଥିଲେ । କିନ୍ତୁ ସେଠାରେ ପହଞ୍ଚିବା ବେଳକୁ ଜଗ୍‌ଦୀଶ ନିଜର ଶେଷ ନିଶ୍ୱାସ ତ୍ୟାଗ କରି ସାରିଥିଲେ ।

YouTube

ଘରଠାରୁ ମାତ୍ର ୪ କିଲୋମିଟର ଦୂରରେ ଡ଼ାକ୍ତରଖାନା ଥିବା ବେଳେ ଆମେ ରୋଗୀକୁ ଆମ୍ବୁଲାନ୍ସ ଯୋଗେ ନେବା ପାଇଁ ମନସ୍ଥ କରିଥିଲୁ । କିନ୍ତୁ ଠିକ୍‌ ସମୟରେ ଜରୁରୀକାଳୀନ ନମ୍ବରଟି ଲାଗି ନ ଥିଲା । ଆମ୍ବୁଲାନ୍ସକୁ ଡ଼ାକିବା ପାଇଁ କଲ୍‌ କରିବାରେ ସମୟ ଲାଗିବାରୁ ଜଗଦୀଶ୍‌ ମୃତ୍ୟୁବରଣ କରିଥିବା କହିଛନ୍ତି ଭାରତ । ଏହା ସହ ରବିବାର ନେଟ୍‌ଓ୍ଵାର୍କରେ ସମସ୍ୟା ଥିବା କଥା ସ୍ୱୀକାର କରିଛନ୍ତି ଆମ୍ବୁଲାନ୍ସର ମ୍ୟାନେଜର କୁଲଦୀପ୍‌ ।

ସମ୍ବନ୍ଧିତ ଖବର