ଅଳ୍ପ ଟଙ୍କାରେ ହେବ କର୍କଟ ଚିକିିତ୍ସା, ବେକିଂ ସୋଡା ନେଇପାରେ କେମୋଥେରାପି ସ୍ଥାନ!

ନୂଆ ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ଏଣିକି କର୍କଟ ରୋଗୀମାନଙ୍କ ଚିକିତ୍ସାରେ ବେକିଂ ସୋଡ଼ା ସହାୟ ହେବ। ଲୁଡୁଇଂ ଇନ୍‌ଷ୍ଟିଟ୍ୟୁଟ୍‌ ଫର୍‌ କ୍ୟାନ୍‌ସର୍‌ ରିସର୍ଚର ଗବେଷକ ଜାଣିବାକୁ ପାଇଛନ୍ତି ଯେ ଟ୍ୟୁମର୍‌ ଥିବା ସେଲ୍‌ସକୁ ସକ୍ରିୟ କରି କେମୋଥେରାପି ଡ୍ରଗ୍ସ ଦେବା ଦ୍ୱାରା କର୍କଟ ଚିକିତ୍ସା କରିହେବ। କାହିଁକି ନା, ଚାପରେ ଥିଲେ ସେଲ୍‌ଗୁଡ଼ିକ ଶରୀରରେ ପ୍ରୋଟିନ୍‌ ଓ ଜୈବିକ ଅଣୁ ସୃଷ୍ଟି ହେବାକୁ ଦିଅନ୍ତି ନାହିଁ। ଫଳରେ ତାହା କର୍କଟକୁ ବଢ଼ାଇଥାଏ।

ଅନ୍ୟ ଏକ ଗବେଷଣାରୁ ଜାଣିବାକୁ ମିଳିଲା ଯେ ଉଦର ଏବଂ ସ୍ତନ କର୍କଟର ଚିକିତ୍ସା ବେକିଂ ସୋଡା ଦ୍ୱାରା କରିଦେବ। ବେକଂ ସୋଡ଼ା ପାଣି ପିଇବା ଦ୍ୱାରା ଟୁମର୍‌ ହୋଇଥିବା ସେଲ୍‌ଗୁଡ଼ିକ ସକ୍ରିୟ ହୋଇଥାନ୍ତି।

ଜାଣିବାକୁ ମିଳିଛି ଯେ ସେଲ୍‌ଗୁଡ଼ିକୁ ସ୍ୱାଭାବିକ ହେବା ପାଇଁ ବେକିଂ ସୋଡ଼ା ସାହାଯ୍ୟ କରିବ। ଫଳରେ ଏହା କର୍କଟ ରୋଗର ଚିକିତ୍ସା କେମୋଥେରାପି ପରି କାର୍ଯ୍ୟ କରିବା ସହ ଟ୍ୟୁମର୍‌କୁ ଟାର୍ଗେଟ କରିବ।

ଗବେଷକଙ୍କ କହିବା ଅନୁଯାୟୀ, ବିନା କୌଣସି ପରିଶ୍ରମ ଓ ପଇସା ଖର୍ଚ୍ଚରେ କର୍କଟକୁ ଆୟତ୍ତରେ ରଖିବା ପାଇଁ ବେକିଂ ସୋଡ଼ା ପରି ଏକ ଶସ୍ତା ପଦାର୍ଥକୁ ଚିହ୍ନଟ କରାଯାଇ ପାରିଛି ତାହା ଅନେକ ବଡ଼ କଥା।

(ବିଦ୍ର: ଆମେ ଏଠାରେ କେବଳ ଏକ ଗବେଷଣା ଉପସ୍ଥାପନ କରିଛୁ। ଏହି ଉପାୟ ଅବଲମ୍ବନ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ)

ସମ୍ବନ୍ଧିତ ଖବର