ପର୍ଦ୍ଦାଫାଶ: ଭିଡିଓ ପ୍ରସ୍ତୁତି ଯୋଗୁଁ ବିଳମ୍ବରେ ଅଭିନନ୍ଦନଙ୍କୁ ହସ୍ତାନ୍ତର କଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତର ବୀର କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ବିଳମ୍ବରେ ହେଉ ପଛେ ନିଜର ଜନ୍ମମାଟିକୁ ଫେରି ଆସିଛନ୍ତି। ପାକିସ୍ତାନ ପକ୍ଷରୁ ପ୍ରଥମେ ତାଙ୍କୁ ଅପରାହ୍ଣ ୪ଟାରେ ପ୍ରତ୍ୟାର୍ପଣ କରାଯିବ ବୋଲି କହାଯାଇଥିଲା । ତଦନୁଯାୟୀ ଅଟାରିରେ ସେ ୪ଟାରେ ପହଞ୍ଚିଥିଲେ। ମାତ୍ର ପରେ ଏହି ପ୍ରକ୍ରିୟା ଲାଗି ପ୍ରାୟ ୩ରୁ ୪ ଘଣ୍ଟା ବିଳମ୍ବ ହୋଇଥିଲା।  ପାକିସ୍ତାନ ଅଭିନନ୍ଦନଙ୍କୁ ଛାଡ଼ିବା ପୂର୍ବରୁ ନିଜର ପ୍ରଚାର ଲାଗି  ଭିଡିଓ ପ୍ରସ୍ତୁତ କରୁଥିଲା ବୋଲି ଜଣାପଡ଼ିଛି। ସେଥିପାଇଁ ହସ୍ତାନ୍ତର କରିବାରେ ବିଳମ୍ବ ହୋଇଥିଲା। ଏହି ଭିଡିଓରେ ତାଙ୍କୁ ପାକିସ୍ତାନର ପ୍ରଶଂସା କରିବାକୁ କୁହାଯାଇଥିବା ସୂଚନା ମିଳିଛି । ଏଥିସହ ଭାରତୀୟ ଗଣମାଧ୍ୟମ ସଂପର୍କରେ ନକାରାତ୍ମକ ମନ୍ତବ୍ୟ ଦେବାକୁ କୁହାଯାଇଥିଲା। ଏହି କାରଣରୁ ପାକିସ୍ତାନୀ ସେନା ପ୍ରତ୍ୟାର୍ପଣ ସମୟ ଦୁଇଥର ଘୁଞ୍ଚାଇଥିବା ଜଣାଯାଇଛି ।

ଭାରତୀୟ ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ସ୍ୱଦେଶ ଫେରିବା ପରେ କୋଟି କୋଟି ଜନତା ଶୁଭେଚ୍ଛା, ସ୍ୱାଗତ ତଥା ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ ଅଭିନନ୍ଦନ ବର୍ତ୍ତମାନଙ୍କୁ ପାକିସ୍ତାନ ଆଜି ଅପରାହ୍ନରେ ହସ୍ତାନ୍ତର କରିବାର ଥିଲା କିନ୍ତୁ ପ୍ରକ୍ରିୟାକୁ ଶୀଘ୍ର ପୂରା ନ କରି ବହୁ ବିଳମ୍ବରେ ଭାରତରେ ଛାଡ଼ିଥିଲା।

ଅନ୍ୟପକ୍ଷରେ ଅଭିନନ୍ଦନ ବିଳମ୍ବରେ ଭାରତକୁ ଆସିବାର କାରଣ ଧିରେ ଧିରେ ପଦାକୁ ଆସୁଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅଭିନନ୍ଦନଙ୍କୁ ଛାଡ଼ିବା ପୂର୍ବରୁ ପାକିସ୍ତାନ ଏକ ଭିଡ଼ିଓ ପ୍ରସ୍ତୁତ କରିଛି। ଏହି ଭିଡିଓରେ ପାକିସ୍ତାନର ପ୍ରଶଂସା କହିବା ପାଇଁ ଅଭିନନ୍ଦନଙ୍କ ଉପରେ ଚାପ ପ୍ରୟୋଗ କରିଛି। ପାକିସ୍ତାନ ଦ୍ୱାରା ପ୍ରସ୍ତୁତ ହୋଇଥିବା ଭିଡ଼ିଓ ୪୦ ଥର କଟ (ସଂପାଦିତ) କରାଯାଇଛି। ଫଳରେ ପାକିସ୍ତାନ ଆଜି ଅଭିନନ୍ଦନଙ୍କୁ ଠିକ ସମୟ ମଧ୍ୟରେ ଭାରତକୁ ହସ୍ତାନ୍ତର କରିପାରି ନାହିଁ।

ଜାତୀୟ ଗଣମାଧ୍ୟକୁ ମିଳିଥିବା ତଥ୍ୟ ଅନୁସାରେ ଭିଡ଼ିଓ ପ୍ରସ୍ତୁତି ବେଳେ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ  ଜବରଦସ୍ତି ପାକିସ୍ତାନ ସପକ୍ଷରେ କୁହାଯିବାକୁ ଚାପ ପ୍ରୟୋଗ କରାଯାଇଥିଲା। ପାକିସ୍ତାନ ଦ୍ୱାରା ପ୍ରସ୍ତୁତ ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଗଣମାଧ୍ୟମର ନିୟମକୁ ପାଳନ କରିବାକୁ ଯାଇ ଆମେ ସଂପୃକ୍ତ ଭିଡିଓକୁ ଏଠାରେ ଅପଲୋଡ଼ କରି ନାହୁଁ।

ସମ୍ବନ୍ଧିତ ଖବର